Uncategorizedରାଜନୀତି

ବିପ୍ଳବୀ ଧାର୍ମିକ ନେତା ସ୍ବାମୀ ଅଗ୍ନିବେଶଙ୍କର ପରଲୋକ

(ନୂଆଦିଲ୍ଲୀ): ବରିଷ୍ଠ ଆର୍ୟ୍ୟ ସମାଜ ନେତା ସାମାଜିକ କର୍ମୀ ତଥା ବିପ୍ଳବୀ ଧାର୍ମିକ ନେତା ସ୍ବାମୀ ଅଗ୍ନିବେଶଙ୍କର ଆଜି ପରଲୋକ ହୋଇଛି । ୮୦ ବର୍ଷ ବୟସରଙ୍କ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ସେ ଧରି ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାପଡିଛି । ତେବେ ଗତ ମଙ୍ଗଳବାର ତାଙ୍କର ସ୍ବା‌ସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁୂୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଗତକାଲି ସନ୍ଧ୍ୟାରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ସେଥିରେ ସ୍ୱାମୀଜୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବାରୁ ତାଙ୍କର ପରଲୋକ ‌ହୋଇଥିବା ନୂଆଦିଲ୍ଲୀର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ ବାଇଲାରି ସାଇନ୍‌ସ’ ପକ୍ଷରୁ ସୁଚନା ଦିଆଯାଇଛି ।
ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀସ୍ଥିତ ବନ୍ଧୁଆ ମୁକ୍ତିମୋର୍ଚା ଅଫିସ୍‌ ପରିସରରେ ଆଜି ୧୧ଟାରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ। ଏହି ସମୟରେ ସମସ୍ତ ପ୍ରକାର କୋଭିଡ୍‌ ନିୟମ ମାନି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ବୋଲି ସୁଚନା ରହିଛି । ଏହା ପରେ ଅପରାହ୍ଣ ୪ଟା ସମୟରେ ଗୁରୁଗ୍ରାମର ବହଳପାସ୍ଥିତ ଅଗ୍ନିଲୋକ ଆଶ୍ରମ ପରିସରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

Related posts

 ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଲ୍ଲୀରେ ୧୩୫୪ ଫ୍ଲାଟ ବଣ୍ଟନ ଆରମ୍ଭ

mahabharatanews

ବେଆଇନ ଅନୁପ୍ରବେଶ ବନ୍ଦ କରିବାକୁ ବିଏସଏଫ, ବିଜିବି ମଧ୍ୟରେ ଆଲୋଚନା

mahabharatanews

ଭୋପାଳରେ କାଉ ମଡକ ପରେ ବାର୍ଡ ଫ୍ଲୁ ନେଇ ସତର୍କ କଲା ସରକାର

mahabharatanews