ଓଡିଶା

ସଡକ ଦୂର୍ଘଟଣାରେ ନୃତ୍ୟ ଶିକ୍ଷକଙ୍କ ମୃତ୍ୟୁ

(ତାରାକାନ୍ତ ନାୟକ/ସାଲେପୁର): କଟକ ଚାନ୍ଦବାଲି ରାସ୍ତାର ସାଲେପୁର ବଜାର ମାରିଆନ ହୋଟେଲ ନିକଟରେ ଏକ ସଡକ ଦୂର୍ଘଟଣାରେ ଜଣେ ନୃତ୍ୟ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସାଲେପୁର ଥାନା ଜିଗ୍ନିପୁର ଗାଁର ଗୋବିନ୍ଦ ଚନ୍ଦ୍ର ବେହେରା । ସେ ସ୍ଥାନୀୟ ଅଞ୍ଚଳର ଜଣେ ଉତ୍ତମ ନୃତ୍ୟ ଶିକ୍ଷକ ଥିଲେ । ସୂଚନା ଅନୁଯାୟୀ, ସାଲେପୁରରୁ ଘରକୁ ଫେରିବା ବାଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସାଲେପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related posts

ଜୁନ ପରେ ଜୁଲାଇରେ ନିଅଣ୍ଟିଆ ବର୍ଷା,ଚିନ୍ତାରେ ଚାଷୀ 

mahabharatanews

ରାଜ୍ୟରେ ଆଜି ଓ ଆସନ୍ତା କାଲି ରାତିରେ ବନ୍ଦ ରହିବ ପେଟ୍ରୋଲ ପମ୍ପ

mahabharatanews

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews