ଓଡିଶା

ଗୋରୁ ହାଟରେ କୋଭିଡ ନିୟମକୁ ଉଲଙ୍ଘନ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ସାରସକଣା ଗୋରୁ ହାଟରେ ସରକାରଙ୍କ କୋଭିଡ ନିୟମର ଉଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି । ସପ୍ତାହକୁ ଥରେ ବସୁଥିବା ଏହି ହାଟରେ କିଛି ପରିବା ବିକାଳିଙ୍କ ସହ ବହୁ ସଂଖ୍ୟାରେ ଗାଈ, ଛେଳି, ମେଣ୍ଡା ପ୍ରଭୃତିଙ୍କୁ ବେପାରୀ ଧରି ବିକ୍ରି ପାଇଁ ଆଣିଥାନ୍ତି । ଏମାନଙ୍କୁ କିଣିବା ପାଇଁ ପ୍ରବଳ ମାତ୍ରାରେ ଲୋକଙ୍କ ଭିଡ ଜମିଥାଏ । ବର୍ତ୍ତମାନ କରୋନା ମହାମାରୀ ପାଇଁ ସରକାର କୋଭିଡ ନିୟମ ଜାରି କରିଥିବା ବେଳେ ଏଠାରେ ତାହାକୁ କେହି ମାନୁନଥିବା ଦେଖାଯାଇଛି । ଗୋରୁ କିଣିବାକୁ ଯାଇ ଲୋକମାନେ ମାସ୍କ ପିନ୍ଧିବା ତ ଦୂରର କଥା ସାମାଜିକ ଦୂରତା ମଧ୍ୟ ରଖୁନାହାନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଗୋରୁ ହାଟଟି ସାରସକଣା ତହସିଲଦାରଙ୍କ କାର୍ଯ୍ୟାଳୟର ଠିକ ପଛପଟେ ବସିଥାଏ । ତେବେ ରାଜ୍ୟରେ କରୋନା କାୟା ବିସ୍ତାର କରିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରଶାସନ ପକ୍ଷରୁ ନୁଆ ରଣନୀତି ପ୍ରସ୍ତୁତ ହେଉଛି । କିନ୍ତୁ ସାରସକଣା ଗୋରୁ ହାଟରେ ଲୋକେ ଖୁଲମଖୁଲା କୋଭିଡ ନିୟମର ଉଲଙ୍ଘନ ଚାଲିଥିବାବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Related posts

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ୩ କୋଟି ୩୯ ଲକ୍ଷ ଟଙ୍କା

mahabharatanews

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣ କଲେ ମୁଖ୍ୟ ଶାସନ ସଚିବ

mahabharatanews