ଓଡିଶା

ଅନ୍ଧାରରେ ଚାଲିଛି ଏଟିଏମରୁ ଟଙ୍କା ଉଠାଣ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା ଅଧିକାଂଶ ଏଟିଏମ ଏବେ ଅନ୍ଧକାରମୟ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟସ୍ଥ ଏଟିଏମ ବହୁତ ଦିନରୁ ଅନ୍ଧାରରେ ଚାଲିଛି। ଲୋକେ ମୋବାଇଲର ଫ୍ଲାସ ଲାଇଟ ଯୋଗେ ଏଟିଏମରୁ ପଇସା ଉଠାଉଥିବା ଦେଖିବାକୁ ମିଳୁଛି । କେବଳ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟସ୍ଥ ଏଟିଏମ ନୁହେଁ ସଦର ମହକୁମାର ହାତ ଗଣତି କେତୋଟି ବେସରକାରୀ ବ୍ୟାଙ୍କର ଏଟିଏମକୁ ବାଦ ଦେଲେ ଅଧିକାଂଶ ଏଟିଏମ ଏଭଳି ଅନ୍ଧକାରମୟ। ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ବର୍ଷ ବର୍ଷ ଧରି ସବୁବେଳେ ଏଟିଏମ ଅଚଳ। ପୂର୍ବରୁ ସ୍ଥାନୀୟ ବସଷ୍ଟାଣ୍ଡ ସାମନାରେ ଏସବିଆଇ ବ୍ୟାଙ୍କ ଏବଂ ଏଟିଏମ ରହିଥିଲା। ପରେ ତାହା ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହୋଇଛି । ସେବେଠାରୁ ବସଷ୍ଟାଣ୍ଡ ନିକଟସ୍ଥ ଅଂଚଳରେ ଗୋଟିଏ ବି ଏଟିଏମର ବ୍ୟବସ୍ଥା ନାହିଁ। ଲୋକେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ହନ୍ତସନ୍ତ ହେଉଛନ୍ତି।

Related posts

ଆଇଏଏସଙ୍କୁ ରାଜ୍ୟ ସରକାରଙ୍କ ନୁଆ ବର୍ଷ ଭେଟି: ବହୁ ଅଧିକାରୀଙ୍କୁ ପଦୋନ୍ନତି

mahabharatanews

ଶରତଙ୍କ ପରେ କିଏ? ନେତୃତ୍ବ ବଦଳିଲେ ବଦଳିବ କି କଂଗ୍ରେସ ଭାଗ୍ୟ?

mahabharatanews

ଗୋପାଳପୁରରେ ତୃଣମୂଳସ୍ତରରୁ ବିଜେଡିକୁ ମଜବୁତ କରିବାକୁ ସାଂସଦ ମାନସ ମଙ୍ଗରାଜଙ୍କ ଆହ୍ୱାନ

mahabharatanews

Leave a Comment