ଓଡିଶା

ପୁଣି ରାଜ୍ୟରେ ରେକର୍ଡ ୪୧୯୮ କରୋନା ଆକ୍ରାନ୍ତ ଚିହ୍ନଟ

(ରିପୋର୍ଟରସ ଟୁଡେ,ଭୁବନେଶ୍ୱର): ରେର୍କଡ ପରେ ରେର୍କଡ ଭାଙ୍ଗୁଛି କରୋନା । ଆଜି ରାଜ୍ୟବ୍ୟାପି ୩୦ ଜିଲ୍ଳାରୁ ୪୧୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୬ ଜଣ କ୍ୱାରେନଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୭୨୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।
ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୩୧୦, ବାଲେଶ୍ୱରରୁ ୧୩୦, ବଲାଙ୍ଗିରରୁ ୧୯୭, ଯାଜପୁରରୁ ୧୫୬, କେନ୍ଦ୍ରପଡାରୁ ୧୪୩, ସମ୍ବଲପୁର ୧୩୦, ସୁନ୍ଦରଗଡରୁ୧୯୫, ରାୟଗଡାରୁ ୧୩୬, ମୟୁରଭଞ୍ଜରୁ ୧୩୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍ କେସ୍ ୩ ଲକ୍ଷ ୫୬ ହଜାର ୭୩ ରହିଛି । ଏଥିସହ ୧,୧୮,୬୪୨ ଜଣ ସୁସ୍ଥ ହୋଇଛନ୍ତି ।

Related posts

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

ବିଶିଷ୍ଟ ଲେଖକ, ସ୍ତମ୍ଭକାର ଅଭୟ ସିଂଙ୍କ ପରଲୋକ

mahabharatanews

“ସାଇବର-କଭଚ”ର ସ୍ୱତନ୍ତ୍ର ଅଭିଯାନ

mahabharatanews