ଓଡିଶା

ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି

(ଜୟନ୍ତ କୁମାର ସେଠୀ / ଗୋପ) ; ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତଥି , ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ । ଏଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ । ରାହୁରେଖା ଲାଗିପରେ ଠାକୁରଙ୍କ ମହାସ୍ନାନ ନୀତି ବଢି ପରବର୍ତ୍ତୀ ନୀତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି। ଅପରାହ୍ନରେ ଦଇତାପତି ସେବକମାନେ ରାହୁରେଖା ଲାଗି ନୀତି ପାଇଁ ସେବା କରିବେ। ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ଅନୁଷ୍ଠିତ ହେବ।ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଠାରେ ଓଲାଗି ହୋଇଥିବା ସ୍ବର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଶ୍ରୀମୁଖ ଚତୁଃପାର୍ଶ୍ବରେ ଲାଗି ହେବ। ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ଏହି ରାହୁରେଖାକୁ ସ୍ନାନ ପୂର୍ଣ୍ଣିମାଠାରୁ କାଢି ନିଆଯାଇଥିଲା । ଏହି ରାହୁ ରେଖାକୁ ସ୍ୱତନ୍ତ୍ର ନୀତିକାନ୍ତି ସହ ପୁନର୍ବାର ମହାପ୍ରଭୁଙ୍କ ମସ୍ତକରେ ଲଗାଯିବ। ତେବେ ଆଜି ଠାରୁ ଆସନ୍ତା ସୋମବାର ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ଶନିବାର ଓ ରବିବାର ଥିବା ରୁ ଶ୍ରୀମନ୍ଦିର କୋଭିଡ କଟକଣା ଅନୁଯାୟି ଅନୁଯାୟୀ ଶ୍ରୀମନ୍ଦିର ସାନିଟାଇଜ ହେବ ଏବଂ ସୋମବାର ଦିନ ଜନ୍ମାଷ୍ଟମୀ ଥିବା ରୁ ଭକ୍ତ ଙ୍କ ଗହଳି ସମ୍ଭାବନା ଥିବା ରୁ କୋଭିଡ କଟକଣା ଅନୁଯାୟୀ ସାଧାରଣ ଦର୍ଶନ ବନ୍ଦ ରହିବ । ପୁଣି ମଙ୍ଗଳବାର ଠାରୁ ମହାପ୍ରଭୁଙ୍କ ଦର୍ଶନ ଭକ୍ତ ମାନେ ପାଇବେ ।

 

Related posts

୨୫ ବରିଷ୍ଠ ଓଏସ ଅଫିସରଙ୍କ ବଦଳି

mahabharatanews

ଆୟକର ବିଭାଗ ପକ୍ଷରୁ କ୍ରସର ୟୁନିଟ ଉପରେ ଚଢ଼ଉ

mahabharatanews

ବସ ଚକା ଫାଟି ୫ ଆହତ

mahabharatanews