ଅପରାଧ

ରିୟାଙ୍କୁ ଦେଇଛନ୍ତି ଡ୍ରାଗ୍ସ ସାରା ଅଲି ଖାନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ଘଟଣାରେ ବର୍ତ୍ତମାନ ତଦନ୍ତର ଦିଗ ମୃତ୍ୟୁକୁ ଛାଡି ଡ୍ରଗ୍ସ ଆଡେ ଚାଲିଛି । ଏହା ମଧ୍ୟରେ ଅନେକ ଡ୍ରଗ୍ସ ପ୍ୟାଡଲର୍ସଙ୍କୁ ଗିରଫ କରି ସାରିଲାଣି ଏନସିବି । ତଦନ୍ତରୁ ଆହୁରି ଜଣାପଡିଛି ବଲିଉଡର ବହୁ ନାମୀଦାମୀ କଳାକାର ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଛନ୍ତି । ରିୟାଙ୍କ ଗିରଫଦାରି ପରେ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ନେଇ ଆସୂଛି ବଡ ଖୁଲାସା । ରିୟାଙ୍କୁ ବହୁବାର ଶୈଫ ଲଲଣା ସାରା ଅଲି ଖାନ ଯୋଗାଇ ଦେଇଛନ୍ତି ଢ୍ରଗ୍ସ ।ସାରା ଅଲି ଖାନ ଜଣେ ହାଇ ପ୍ରୋଫାଇଲ ଡ୍ରଗ୍ସ ପେଡ଼ଲର ସମ୍ପର୍କରେ ଥିଲେ, ଯାହାକୁ ଏନସିବି ଖୋଜୁଛି । ସାରାଙ୍କ ଠାରୁ ଡ୍ରଗ୍ସ ନେଇ ରିୟା ସୁଶାନ୍ତଙ୍କ ପାଖକୁ ପହଞ୍ଚାଉଥିଲେ ।
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍‌ସିବି ଆଉ ୬ଜଣଙ୍କୁ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ୧୬ଜଣଙ୍କୁ ଗିରଫ କରିସାରିଛି । ଜଣେ ଅଧିକାରୀ କହିଛନ୍ତି ଯେ, ୬ ଅଭିଯୁକ୍ତ କରମଜିତ ସିଂହ, ଡ୍ରବେନ୍ ଫର୍ଣ୍ଣାଡିଶ , ସଂକେତ ପଟେଲ. ଅଙ୍କୁଶ ଅନରେଜା, ସନ୍ଦୀପ ଗୁପ୍ତା, ଅଫତାଵ ଅନସାରୀଙ୍କ ନାଁ ଯାଞ୍ଚ ସମୟରେ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ସମସ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି । କରମଜିତ ସିଂହ ଡ୍ରଗ୍ସ ସପ୍ଲାଏ କରୁଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ସହ ତାର ସମ୍ପର୍କ ରହିଛି । ଡ୍ରବେନ୍ ଫର୍ଣ୍ଣାଡିଶ ଗଂଜେଇ ଓ ଚରସ ସୌଦା କରୁଥିଲା ।

Related posts

ରାଜଧାନୀରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ହାଜତ ମୃତ୍ୟୁ ଘଟଣାକୁ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରୁଛନ୍ତି: ଡିଜିପି

mahabharatanews