(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମହାମାରୀ କରୋନାର ପ୍ରକୋପରେ ଦେଶର ଅର୍ଥନୀତି ଭୂଷୁଡି ଯାଇଛି । ଏଭଳି ସମୟରେ ଦେଶରେ ସମସ୍ତଙ୍କ ପାଇଁ ଜୀବିକା, ସ୍ବାସ୍ଥ୍ୟ, ଶିକ୍ଷା, ନ୍ୟାୟ ଓ ଜାତୀୟ ଅର୍ଥନୀତିର ସୁରକ୍ଷା ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ଆଜି ଦେଶବ୍ୟାପୀ ଦାବି ଦିବସ ପାଳନ କରାଯାଇଛି । ଜାତୀୟ ଅର୍ଥନୈତିକ ମହାସଂକଟ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ପାର୍ଟି ତରଫରୁ ଦାବି ହୋଇଛି । ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ତିରିଂ ବ୍ଲକର ବଡଡାଳିମା ଠାରେ ସିପିଆଇ ଓଡ଼ିଶାର ବରିଷ୍ଠ କମ୍ୟୁନିଷ୍ଟ ନେତା ତିରିଂ ଅଂଚଳର କମ୍ରେଡ ତ୍ରିନାଥ ପାତ୍ରଙ୍କ ନେତୃତ୍ୱରେ ସିପିଆଇର ଦାବି ଦିବସ ପାଳିତ ହୋଇଛି । ଏଥିରେ ବହୁ ଦଳୀୟ କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଜନସାଧାରଣ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।
next post