ଓଡିଶା

ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଶ୍ରମିକଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ

(ପ୍ରଶାନ୍ତ କୁମାର ସ୍ୱାଇଁ/ପାରାଦ୍ୱୀପ): ପାରାଦ୍ବୀପ ବନ୍ଦରର ଠିକା ଶ୍ରମିକ ଓ ଶ୍ରମିକମାନଙ୍କ ପାଇଁ ସଂଘର୍ଷ କରୁଥିବା ଭାରତୀୟ ମଜଦୁର ସଂଘର ଏକ ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ପାରାଦ୍ୱୀପ ନୂଆବଜାର ସ୍ଥିତ ସଂଘର କାର୍ୟ୍ୟାଳୟରେ ସଭାପତି ରାକେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବହୁ ଡିଏଲଆର ଶ୍ରମିକ ଯୋଗ ଦେଇଥିଲେ। ପାରାଦ୍ୱୀପ ପୋର୍ଟ ମେରାଇନ୍ ବିଭାଗରେ କାର୍ୟ୍ୟରତ ତଥା ସଂଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାୟଙ୍କ ନେତୃତ୍ୱରେ ବନ୍ଦରରେ କାର୍ୟ୍ୟରତ ଶ୍ରମିକ ଓ ଠିକା ଶ୍ରମିକମାନେ ଏହି ସଂଘରେ ଯୋଗ ଦେଇଛନ୍ତି । ଶ୍ରମିକମାନଙ୍କୁ ବନ୍ଦର ପ୍ରଶାସନ ଶୋଷଣ କରୁଥିବା ବେଳେ ସେମାନଙ୍କ ଅସହାୟତାର ଫାଇଦା ଉଠାଇ ବିଭିନ୍ନ ସଂଗଠନ ନିଜର ସ୍ୱାର୍ଥ ହାସଲ କରୁଛନ୍ତି। ଯାହା ବିରୋଧରେ ଆଗାମୀ ଦିନରେ ଭାରତୀୟ ମଜଦୁର ସଂଘ ସ୍ୱର ଉତ୍ତୋଳନ କରିବ । ଏଥିସହିତ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ ଦିଗରେ କାର୍ୟ୍ୟ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Related posts

ବଡଚଣା ବ୍ଲକ ପଞ୍ଚାୟତ ସ୍ତରରେ ଉପନିର୍ବାଚନର ଘୋଷଣା ହେଲା ଫଳାଫଳ

mahabharatanews

ଟ୍ରକ ଧକ୍କାରେ ଯୁବକ ମୃତ

mahabharatanews

ନାଁ ନ ନେଇ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର

mahabharatanews