ଓଡିଶା

ଅକ୍ଟୋବର ୧୧ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅକ୍ଟୋବର ୧୧ରେ ପ୍ରବେଶିକା ପରୀକ୍ଷା ହେବାକୁ ଯାଉଛି। କରୋନାକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୨୪ଟି ସହରରେ ପ୍ରାୟ ୯୦ଟି ପରୀକ୍ଷା କେନ୍ଦ୍ର କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୋଜନା ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷରେ କୃଷି, ବନ, କୃଷି ଯାନ୍ତ୍ରିକ, ପ୍ରାଣୀ ଚିକିତ୍ସା ପରି ୯ଟି ମହାବିଦ୍ୟାଳୟର ସ୍ନାତକ ପାାଠ୍ୟକ୍ରମରେ ନାମଲେଖା ପାଇଁ ୩୩ ହଜାର ୩୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆଜିଠାରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌କୁ ଯାଇ ଫର୍ମ ‘ବି’ ପୂରଣ କରିପାରିବେ। ସେପ୍ଟେମ୍ବର ୩୦ ସୁଦ୍ଧାତ ଫର୍ମ ଦାଖଲ କରିପାରିବେ। ସେହିପରି ପିଜି ପାଠ୍ୟକ୍ରମର ଆବେଦନ ମଧ୍ୟ ୩୦ ତାରିଖରେ ଶେଷ ହେବ।

Related posts

ସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

୮ ଫୁଟର ଅଜଗର ଉଦ୍ଧାର

mahabharatanews

୧୮ ଜିଲ୍ଲାରେ ପ୍ରବଳ ବର୍ଷିବ!

mahabharatanews