Uncategorized

କୁମ୍ଭୀର କୁ ଉଦ୍ଧାର ପରେ ବାଇକରେ ବସାଇକି ନେବା ଘଟଣା

(ରଜନୀକାନ୍ତ ପାତ୍ର/ଦିଗପହଣ୍ଡି): କୁମ୍ଭୀରକୁ ବାଇକ୍ ରେ ବସାଇ ନେବା ଘଟଣାକୁ ନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ତି ନିକଟସ୍ଥ ତଲାସି˚ ଗ୍ରାମର ଧାନ କ୍ଷେତରୁ ଉଦ୍ଧାର କରାଯାଇଥିବା କୁମ୍ଭୀରଙ୍କୁ ବାଇକ୍‌ରେ ନେବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହାପରେ ଏହି ମାମଲାରେ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି ଖାମଖିଆଲି ପାଇଁ ଦିଗପହଣ୍ତି ଡେପୁଟି ରେଞ୍ଜର୍‌ ପ୍ରମୋଦ ଖଡଗ୍‌ରାୟ, ଫରେଷ୍ଟର ସୀତାରାମ ପାତ୍ର ଓ ଫରେଷ୍ଟ ଗାର୍ଡ ରାଜେଶ୍ବର ବେହେରାଙ୍କୁ କାର୍ୟ୍ୟରୁ ନିଲମ୍ବିତ କରାଯାଇଛି ।

ସୁଚନା ଯେ, ଦିଗପହଣ୍ତି ବ୍ଲକ୍‌ ଅର୍ନ୍ତଗତ ତଲାସି˚ ଗାଁର ଧାନ କ୍ଷେତରୁ ଗୁରୁବାର ସନ୍ଧ୍ୟାରେ ଗୋଟିଏ କୁମ୍ଭୀର ଉଦ୍ଧାର ହୋଇଥିଲା। ଗ୍ରାମବାସୀମାନେ ହିଁ କୁମ୍ଭୀରକୁ ଉଦ୍ଧାର କରିଥିଲେ। ସେଠାରେ ବନବିଭାଗ ଟତମ୍ ଥାଇ ମଧ୍ୟ ଗ୍ରାମବାସୀ ମାନେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । ଏହାପରେ କୁମ୍ଭୀରକୁ ବନ ବିଭାଗର ଜଣେ କର୍ମଚାରୀ ଓ ଜଣେ ସ୍ଥାନୀୟ ଗ୍ରାମବାସୀ ଏକ ବାଇକ୍‌ ଯୋଗେ ନେଇ ଘୋଡ଼ାହାଡ଼ ଡ୍ୟାମ୍‌ରେ ଛାଡ଼ିଥିଲେ। କୁମ୍ଭୀର ବାଇକ୍ ରେ ନେବା ବେଳେ ତାର ମୁହଁଁକୁ ଅଖାରେ ବାନ୍ଧି ଦେଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ବ୍ରହ୍ମପୁର ବନମଣ୍ତଳ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଦିଗପହଣ୍ତି ଡେପୁଟି ରେଞ୍ଜର ପ୍ରମୋଦ‌ କୁମାର ଖଡ଼୍‌ଗରାୟ, ଫରେଷ୍ଟର(ବନପାଳ) ସୀତାରାମ ପାତ୍ର ଓ ଫରେଷ୍ଟ ଗାର୍ଡ଼(ବନରକ୍ଷୀ) ରାଜେଶ୍ବର ବେହେରାଙ୍କୁ କାର୍ୟ୍ୟରୁ ନିଲମ୍ବିତ କରି ଦିଆଯାଇଛି ।

Related posts

୧୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି ବେତନଟୀ ଶବ ବ୍ୟବଚ୍ଛେଦ ଗୃହ

mahabharatanews

ଇଜିପଟରେ ବସ ଦୁର୍ଘଟଣାଗ୍ରସ୍ତ, ୩ ମୃତ, ୧୬ ଭାରତୀୟ ପର୍ଯ୍ୟଟକ ଆହତ

mahabharatanews

ଲକଡାଉନ ନିୟମ ଉଲ୍ଲଂଘନ ସଂକ୍ରାନ୍ତୀୟ ମାମଲା ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews