ଓଡିଶା

ବେଆଇନ୍ ବାଲି ଚାଲାଣ: ୯ଟି ବାଲି ବୋଝେଇ ଟ୍ରାକ୍ଟର ଜବତ

(ତାରାକାନ୍ତ ନାୟକ/ନିଶ୍ଚିନ୍ତକୋଇଲି): ବେଆଇନ ବାଲି ଚାଲାଣ ବେଳେ ଚଢ଼ାଉ କରାଯାଇ ୯ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କିଶୋନ ନଗର ତହସିଲ ଅନ୍ତର୍ଗତ ନଇଗୁଆଁ ଠାରେ ବେଆଇନ ବାଲିଉଠା ଯାଉଥିବା ଦୀର୍ଘ ଦିନ ହେଲା ଅଭିଯୋଗ ହୋଇଆସୁଥିଲା । ତେବେ ଆଜି କିଶନ ନଗର ତହସିଲଦାର କୌଣସି ସୂତ୍ରରୁ ଖବର ପାଇ, ଏକସ୍ୱତନ୍ତ୍ର ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ୯ଟି ବେଆଇନବାଲି ବୋଝେଇ ଟ୍ରାକ୍ଟକୁ ଜବତ କରିଥିବା ଜଣାପଡିଛି । ତେବେ ଏହି ଜବତ ଟ୍ରାକ୍ଟର ମଧ୍ୟରୁ ୮ଟି ଟ୍ରାକ୍ଟର ନେମାଳ ଥାନାରେ ଥିବା ବେଳେ, ଆଉ ଗୋଟିଏ ଟ୍ରାକ୍ଟର ନଦୀ ପଠାରେ ଥିବା ଜଣା ପଡ଼ିଛି। ଗତ କିଛି ଦିନ ତଳେ ମହାନଦୀର ପୁମ୍ପୁର ଠାରେ ବେଆଇନ୍ ବାଲିଉଠାଣକୁ ନେଇ ପ୍ରଶାସନର ନିଦ ହଜିଯାଇଥିଲା । ଆଜି ବେଆଇନ ବାଲି ଉଠାଣ ସମୟରେ ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ ଚଢ଼ାଉ କରାଯାଇ ଜୋରିମାନା କରାଯାଇଥିଲା । ତେବେ ପ୍ରଶାସନ ତରଫରୁ ଆଖି ଦୃଷ୍ଟିଆ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବାରୁ ଏଭଳି ପଦକ୍ଷେପକୁ ଜନ ସାଧାରଣ ବେଶ ପ୍ରଶଂସା କରିଛନ୍ତି ।

Related posts

କମିଲା ପିଆଜ ଦର

mahabharatanews

୭ ତାଲା ମେଡିକାଲ ପାଇଁ ଦାବି

mahabharatanews

ଜଳ ବନ୍ଦୀରୁ ମୁକୁଳିଲେ ୨୦ପରିବାର

mahabharatanews