ଓଡିଶା

ପୁରୀର ଏବିଭିପି ଶାଖା ପକ୍ଷରୁ ପ୍ରତିବାଦ ରାଲି

(ରଜନୀ କାନ୍ତ ପାତ୍ର/ପୁରୀ): ପୁରୀ ଏସସିଏସ କଲେଜର ପାଥର ପୁରୀ ହଷ୍ଟେଲ ଜମିରେ ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣ କାର୍ୟ୍ୟ କୁ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରିବା ଆରମ୍ଭ କରିଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ ପୁରୀର ଏବିଭିପି ଶାଖା ପକ୍ଷରୁ ପ୍ରତିବାଦ ରାଲି କରାଯାଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ପାଥର ପୁରୀ ହଷ୍ଟେଲ ଜମି ରେ ରାସ୍ତା ନିର୍ମାଣ କାର୍ୟ୍ୟ ବନ୍ଦ କରି ହଷ୍ଟେଲ ପୁନ ନିର୍ମାଣ , ରବିନ୍ଦ୍ର ନାଥ ଟାଗୋର ଙ୍କ ସ୍ମୃତି ରକ୍ଷା ପାଇଁ ଏକ ମ୍ୟୁଜିଅମ କରିବାକୁ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି ହୋଇଛି । ଏ ନେଇ ଏକ ଦାବି ପତ୍ର ପୁରୀ ଜିଲ୍ଲାପାଳଙ୍କୁ ଦିଆଯିବା ସହ ଏହାର ନକଲ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟଳୟ, ଗଣଶିକ୍ଷା ମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ ପୁରୀର ସୁବାଷ ବୋଷ ଛକରେ ଥିବା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ପାଥର ପୁରୀ ହଷ୍ଟେଲ ହେଉଛି ବିଶ୍ୱକବି ରବିନ୍ଦ୍ର ନାଥ ଟାଗୋରଙ୍କ ବାସଗୃହ। ସେ ଏଠାରେ ରହି ନୋବେଲ ପୁରସ୍କାର ପାଇଥିବା ମହାନ କାବ୍ୟ ଗୀତାଞ୍ଜଳିର କିଛି ଅଂଶ ଏହି ବାସଭବନରେ ଥିବା ବେଳେ ଲେଖିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବାସ ଗୃହ କୁ ସାମନ୍ତ ଚନ୍ଦ୍ରଶେଖର କଲେଜ ଦାନ କରି ଦେଇଥିଲେ। ପରେ ଏଠାରେ ଏକ ଛାତ୍ରବାସ କଲେଜ ପକ୍ଷରୁ ପରିଚାଳନା ହେଉଥିଲା। ତେବେ ଗୃହ ଟି ଅସୁରକ୍ଷିତ ହୋଇ ଯିବା ପରେ ଉକ୍ତ ଗୃହଟି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି।

Related posts

ଭାଲୁ ଆକ୍ରମଣରେ ଚାଷୀ ମୃତ

mahabharatanews

ଆଇଏଏସ ସ୍ତରରେ ଅଦଳବଦଳ: ୪ ଜିଲ୍ଲାପାଳଙ୍କୁ ନୂଆ ଦାୟିତ୍ୱ

mahabharatanews

ଫିୟାମ ଫାଉଣ୍ଡେସନ ଆନୁକୁଲ୍ୟରେ ଉଦଘାଟନ ହେଲା ସାନିଟାରୀ ଉତ୍ପାଦନ କେନ୍ଦ୍ର

mahabharatanews