ଓଡିଶା

୧୦୫ ଲିଟର ମହୁଲି ମଦ ଜବତ, ୨ ଗିରଫ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଓଆଇସି ଏଚ୍ ଜଗା ରାଓ , ଆଇଆଇସି ଜ୍ଞାନ ରଞ୍ଜନ ସାହୁ ଏବଂ ବାଲିମେଳା ଅବକାରୀ କର୍ମଚାରୀଙ୍କୁ ଧରି ବାଲିମେଳା ମେଡିକାଲ ଲାଇନ ଏବଂ ଏନଏସି ଲାଇନରେ ଚଢାଉ କରାଯାଇଥିଲା । ଏକ ମଟର ସାଇକେଲ ଟ୍ୟୁବ୍ ମଧ୍ୟରେ ୧୦୫ ଲିଟର ମଦ ଧରି ଏକ କଳା ରଙ୍ଗର ମଟର ସାଇକେଲରେ ଯାଉଥିବା ବେଳେ ଦୁଇ ଜଣଙ୍କୁ ଅବକାରୀ ବିଭାଗର କର୍ମଚାରୀମାନେ ଧରିବାରେ ସଫଳ ହୋଇଛନ୍ତି । ଜଣେ ଆସାମୀର ନାମ ଦହନ ବାଘ ଏବଂ ଅନ୍ୟ ଜଣେ ଆସାମୀ ପିଲ କୁଲଦୀପ । ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Related posts

ବିଧାୟକ ଉମାକାନ୍ତଙ୍କ ଦ୍ୱାରା ୫୮୦ ନୂତନ ରାଶନ କାର୍ଡ ପ୍ରଦାନ

mahabharatanews

ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ମହିଳାମାନଙ୍କ ବିକ୍ଷୋଭ

mahabharatanews

AI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025

mahabharatanews