Uncategorized

ଦେଶରେ ଦିନକରେ ୮୬ ହଜାର ୯୬୧ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ) : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୯୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ୮୭ ହଜାର ୫୮୧କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୧୧୩୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୭ ହଜାର ୮୮୨ରେ ପହଞ୍ଚିଛି । ଏହାସହ ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୩,୨୯୯ ରହିଥିବା ବେଳେ ୪୩,୯୬,୩୯୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

Related posts

ଆପଣଙ୍କ ବସିବା ଅଭ୍ୟାସ ଶରୀରକୁ ପହଞ୍ଚାଇଥାଏ ହାନି

mahabharatanews

ହାପି ବାର୍ଥ ଡେ’ ଅନୁଷ୍କା

mahabharatanews

ମାର୍ଚ୍ଚ ୧ରୁ ୫୦ରୁ ଅଧିକ ଆୟୁ ବର୍ଗ ପାଇଁ  ଟୀକାକରଣ: ୨୭ କୋଟି ଲୋକଙ୍କୁ ଟୀକାଦାନ

mahabharatanews