ଅପରାଧଓଡିଶା

ବହୁ ଚର୍ଚ୍ଚିତ କୁଶକିଳା ଡବଲ ମଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

(କଣିହାଁ/ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା ଜରପଡା ଥାନା କୁଶକିଳା ଗାଁର ଚାରି ଜଣଙ୍କୁ ହତ୍ୟା ମାମଲାରେ ସୋମବାର କୋର୍ଟ ରାୟ ପ୍ରକାଶ ପାଇଛି । ୪ ଜଣଙ୍କୁ ମାରି ଗାତ ଖୋଳି ପୋତିଥିବା ଅଭିଯୁକ୍ତ ଝସକେତନ ରାଉତଙ୍କୁ ପୁଣି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଜିଲ୍ଲା ଦୌରାଜଜ । ଅନୁଗୋଳ ଜିଲ୍ଲା ଦୌରା ଜଜ ଅଶାନ୍ତ କୁମାର ଦାସ ଝସ କେତନ ରାଉତକୁ ଗତ ଚଳିତ ମାସ ୧୫ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ, ଝସକେତନ ପୂର୍ବରୁ ଦୁଇ ଭାଇଙ୍କୁ ମାରି ଗାତ ଖୋଳି ପୋତିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଜେଲରେ ଅଛି। ଗତ ଶୁକ୍ରବାର ମାଉସୀ ଓ ପୁତୁରା ହତ୍ୟାକାଣ୍ଡରେ ମଧ୍ୟ ଦୋଷୀ ସାବସ୍ତ୍ୟ ହୋଇଥିଵା ବେଳେ ଆଜି ପୂର୍ବାହ୍ନରେ ସଂପୃକ୍ତ ମାମଲାର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୩୦୨ ଦଫାରେ ଆଜୀବନ ସଶ୍ରମ କାରାଦଣ୍ଡ ରେ ରାୟ ଦେଇଥିବା ବେଳେ ଏଥି ସହିତ ୩ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି ଶ୍ରୀ ଦାଶ ।
ସୂଚନାଥାଉକି, ଅନୁଗୋଳ ଜିଲ୍ଲା ଜରପଡା ଥାନା କୁଶକିଳା ଗାଁର ଝସ କେତନ ରାଉତ ଗତ ୨୦୧୬ ମସିହାରେ ଏହି ହତ୍ୟାକାଣ୍ଡ ଘଟାଇଥିଲା । କୁଶକିଳା ଗାଁର ଯୋଗେଶ ଏବଂ ତାଙ୍କ ଭାଇ ହିରଣାକ୍ଷ ଓ କୁକୁରପେଟା ଗାଁର ମାଉସୀ ଓ ପୁତୁରାକୁ ମାରି ଗାତ ଖୋଲି ପୋତି ଦେଇଥିଲା ଝସକେତନ ।

Related posts

ଗାଁରେ ପହଞ୍ଚିଲା ପାର୍ଥିବ ଶରୀର ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

mahabharatanews

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ସୂଚନା ଜାରି

mahabharatanews