ଓଡିଶା

ଯାତ୍ରୀବାହୀ ଅଟୋ ଓଲଟି ୨ ଗୁରୁତର

(ରଜନୀ କାନ୍ତ ପାତ୍ର/ହିଞ୍ଜିଳିକାଟୁ): ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଲ ଛକ ନିକଟରେ ସୋମବାର ସକାଳେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୂର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହିଞ୍ଜିଳି ଥାନା ଆଡପଡା ଗ୍ରାମର କୃଷ୍ଣ ଘଢେଇ (୪୦) ଓ ହରି ନାୟକ (୧୨) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଅଟୋକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି ।

Related posts

କଂଗ୍ରେସ ନେତା ତାରା ପ୍ରସାଦ ଅସୁସ୍ଥ

mahabharatanews

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୧୬ ଜିଲ୍ଲାରେ କାଳ ବୈଶାଖୀ ସହ ବଜ୍ରପାତ ସମ୍ଭାବନା

mahabharatanews

କପ୍ତିପଦା ଉପଖଣ୍ଡରେ ଅଦିନିଆ ବର୍ଷା

mahabharatanews