ଓଡିଶା

ବରୀରେ ରାସନ୍ କାର୍ଡ ହିତାଧିକାରୀ ବି ପାଉନି ସରକାରୀ ରିଲିଫ୍

(ସତ୍ୟଜିତ୍ ବରୀ/ବରୀ): ଗତ ବନ୍ୟାରେ ପ୍ରଭାବିତ ହୋଇଥିବା ଜଣେ ରାସନ କାର୍ଡ ଧାରୀ ବନ୍ୟା ବିପନ୍ନ ରିଲିଫ ସାମଗ୍ରୀ ପାଇବାରୁ ବଞ୍ଚିତ ଥିବା ଘଟଣା ବ୍ଲକ୍ ପ୍ରଶାସନର ବନ୍ୟା ବିପନ୍ନଙ୍କ ତାଲିକା ପ୍ରସ୍ତୁତିର ସ୍ୱଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏଭଳି ଏକ ଅଭିଯୋଗ ଆଣିଛନ୍ତି ବରୀ ବ୍ଲକ ଅଧିନସ୍ଥ ରତଲାଙ୍ଗ ପଞ୍ଚାୟତର ମଠସାହି ଗ୍ରାମର ସୁଶୋଭନ ସାମଲ । ଶ୍ରୀ ସାମଲଙ୍କ ନାଁ ୨୦୧୧ ଜନଗଣନା ଅନୁଯାୟୀ ନିଜ ପରିବାରର ସେ ମୁଖ୍ୟ ହୋଇଥିବା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ ନିୟମ ମୁତାବକ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇ ନାହିଁ ବୋଲି ସେ ସ୍ଵତନ୍ତ୍ର ରିଲିଫ କମିଶନର, ଜିଲ୍ଲାପାଳ ଯାଜପୁର ଓ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରେଜେଷ୍ଟ୍ରି ଡାକ ଯୋଗେ ସେ ଗତ ୧୮ ତାରିଖରେ ଅଭିଯୋଗ କରିଥିବା ସୁଚନା ମିଳିଛି । ପ୍ରକାଶ ଥାଉ କି ଅଭିଯୋଗକାରୀ ଶ୍ରୀ ସାମଲଙ୍କ ପତ୍ନୀ ନିବେଦିତା ସାମଲଙ୍କ ନାମରେ ରାସନ କାର୍ଡ ରହିଛି । ଏହି କାର୍ଡରେ ଅଭିଯୋଗକାରୀଙ୍କ ସହିତ ନିଜ ପରିବାରର ୩ ଜଣ ସଦସ୍ୟ ଥିବା ମଧ୍ୟ ସରକାରୀ ଭାବେ ଦର୍ଶାଯାଇଛି।
ପ୍ରକାଶ ଥାଉ କି, ପ୍ରଶାସନ ସ୍ଥାନୀୟ ରାଜନେତାଙ୍କ ହାତବାରିସୀ ସାଜି ସରକାରଙ୍କ ବିଭିନ୍ନ ଯୋଜନାରୁ ତାଙ୍କର ନାମ ତାଲିକାରୁ ବାଦ ଦେଉଥିବାରୁ ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଏକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଥିଲେ ଯାହାର କାର୍ୟ୍ୟାଦେଶ ସଂଖ୍ୟା ୨୭୭୯ ରହିଛି । ସେ ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ ହେଁ ତାଲିକା ପ୍ରସ୍ତୁତ ଦାୟିତ୍ୱରେ ଥିବା ଅଙ୍ଗନବାଡି କର୍ମୀ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କର ନାମକୁ ତାଲିକାରୁ ବାଦ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ୭ ଦିନ ମଧ୍ୟରେ ଯଦି ତାଙ୍କୁ ନ୍ୟାୟ ନ ମିଳେ ତେବେ ସେ ଆଇନର ଆଶ୍ରୟ ନେବା ସହିତ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ ଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ଏ ବିଷୟରେ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ ସ୍ୱାଇଁ କହିଛନ୍ତି ଅନୁଯାୟୀ ଯଦି ସେ ପରିବାର ଟି ସରକାରୀ ନିୟମ ମୁତାବକ ରିଲିଫ ପାଇବାରୁ ବଞ୍ଚିତ ହୋଇଥାନ୍ତି ତେବେ ତଦନ୍ତ କରି ପରିବାରଟିକୁ ତାଲିକାଭୁକ୍ତ କରାଯାଇ ଖୁବ ଶୀଘ୍ର ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବ।

Related posts

୧୬ ରୁ ୧୯ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭ।ବନା

mahabharatanews

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

ଆଜି ଉଦଘାଟନ ହେବ ନନ୍ଦନକାନନ ରୋପ୍‌ୱେ 

mahabharatanews