ଓଡିଶା

ଅମାନିଆକୁ ସାବାଡ୍ ପାଇଁ ବରୀ ପୋଲିସର ତପ୍ତରତା

(ସତ୍ୟଜିତ୍ ବାରିକ/ବରୀ): ବରୀ ରେ କରୋନା ଦିନ କୁ ଦିନ କାୟା ମେଲାଉଥିବା ବେଳେ ପ୍ରଶାସନିକ ସ୍ତର ରେ ଏହାକୁ ରୋକ ଲଗାଇବା କ୍ଷେତ୍ରରେ ତପ୍ତରତା ପ୍ରକାଶ ପାଇଛି । ସରକାରୀ ନିୟମ କୁ ଉଲଘଂନ, କରୋନା ଗାଇଡଲାଇନ୍ ଖୁଲମଖୁଲମ ଉଲଂଘନ, ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଲୋକମାନଙ୍କ ବିରୋଧରେ ବରୀ ପୋଲିସ୍ କଡା କାର୍ୟ୍ୟାନୁଷ୍ଠାନ ନ ନେଉଥିବାରୁ ବରୀ ପୋଲିସ୍ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେଉଥିଲା। ମାତ୍ର ନୂତନ ଭାବେ ବରୀ ଥାନାରେ ଯୋଗ ଦେଇଥିବା ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନିର୍ଦ୍ଦେଶରେ ବରୀ ଅଞ୍ଚଳର ବ୍ୟବସାୟୀ ପେଣ୍ଠ ସ୍ଥଳୀ ମାନଙ୍କରେ ଅମାନିଆଙ୍କୁ ସାବାଡ଼ କରୁଥିବା ଦେଖିବାକୁ ମିଳିଛି । ଆଜି ବୌଦ୍ଧ ପୀଠ ରତ୍ନଗିରି , କମ୍ପାଗଡ୍, ବରୀ ବରୁଆଁ ପୂର୍ତ୍ତ ବିଭାଗ ରାସ୍ତାର ଚୁଡ଼ାକଳ ଛକ ଠାରେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ ସହିତ ରାସ୍ତାରେ ମାସ୍କ ବ୍ୟବହାର ନ କରି ଯାତାୟାତ କରୁଥିବା ଲୋକ ମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ସରକାରୀ ନିୟମ ଉଲଘଂନ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧ ରେ ଦୃଢ଼ ଆଇନ୍ ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।

Related posts

ମଣ୍ଡିରେ ଭିଜୁଛି ହଜାର ହଜାର ବସ୍ତା ଧାନ, ଚିର ନିଦ୍ରାରେ ପ୍ରଶାସନ

mahabharatanews

ବିଧାୟକଙ୍କ ଦ୍ଵାରା ହୋମିଓପ୍ୟାଥି ଚିକିତ୍ସା ଶିବିର ଉଦଘାଟିତ

mahabharatanews

ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ନିଲମ୍ଵନ

mahabharatanews