ଓଡିଶା

ମୃତକଙ୍କ ଆଉ ହେବନି କରୋନା ଟେଷ୍ଟ

ଭୁବନେଶ୍ୱର: ମୃତକଙ୍କ କରୋନା ପରୀକ୍ଷା ନ କରିବା ଲାଗି ରାଜ୍ୟ ସରକାର ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଅଯଥାରେ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହେବ ନାହିଁ କି ମୃତକଙ୍କ ପରିବାରବର୍ଗ ଶୋଷଣର ଶିକାର ହେବେ ନାହିଁ । ଏଥିସହ ଯେଉଁ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଂଟା ଭିତରେ ସ୍ୱାସ୍ଥ୍ୟ କମିଟି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରୋଗୀଙ୍କ ଶଯ୍ୟା ଶୁଳ୍କ, ଟିକେଟ୍‌, ବିଭିନ୍ନ ନମୂନା ପରୀକ୍ଷା ରିପୋର୍ଟ, କୋଭିଡ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ହେବ । ପୂର୍ବରୁ ରୋଗୀଙ୍କର ଯେଉଁସବୁ ରୋଗ ରହିଥିଲା ଏବଂ ହସ୍ପିଟାଲରେ ଭର୍ତ୍ତି ସମୟରେ ତାଙ୍କର କେଉଁ କେଉଁ ଲକ୍ଷଣ ରହିଥିଲା ସେ ସବୁ ସମ୍ପର୍କରେ ରାଜ୍ୟସ୍ତରୀୟ କମିଟିକୁ ଜଣାଇବାକୁ ପଡିବ । ଏଥିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାମ ଓ ଯୋଗଯୋଗ ନମ୍ବର ମଧ୍ୟ ରହିବ ।

Related posts

ବିଧାନସଭାରେ ଉଠିଲା ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ପ୍ରସଙ୍ଗ

mahabharatanews

ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ

mahabharatanews

ମନୁଷ୍ୟକୃତ ଘାଇକୁ ନେଇ ଧର୍ମଶାଳା ବିଧାୟକଙ୍କୁ ଲୋକାୟୁକ୍ତ ନୋଟିସ

mahabharatanews