ଓଡିଶା

ମୃତକଙ୍କ ଆଉ ହେବନି କରୋନା ଟେଷ୍ଟ

ଭୁବନେଶ୍ୱର: ମୃତକଙ୍କ କରୋନା ପରୀକ୍ଷା ନ କରିବା ଲାଗି ରାଜ୍ୟ ସରକାର ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଅଯଥାରେ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହେବ ନାହିଁ କି ମୃତକଙ୍କ ପରିବାରବର୍ଗ ଶୋଷଣର ଶିକାର ହେବେ ନାହିଁ । ଏଥିସହ ଯେଉଁ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଂଟା ଭିତରେ ସ୍ୱାସ୍ଥ୍ୟ କମିଟି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରୋଗୀଙ୍କ ଶଯ୍ୟା ଶୁଳ୍କ, ଟିକେଟ୍‌, ବିଭିନ୍ନ ନମୂନା ପରୀକ୍ଷା ରିପୋର୍ଟ, କୋଭିଡ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ହେବ । ପୂର୍ବରୁ ରୋଗୀଙ୍କର ଯେଉଁସବୁ ରୋଗ ରହିଥିଲା ଏବଂ ହସ୍ପିଟାଲରେ ଭର୍ତ୍ତି ସମୟରେ ତାଙ୍କର କେଉଁ କେଉଁ ଲକ୍ଷଣ ରହିଥିଲା ସେ ସବୁ ସମ୍ପର୍କରେ ରାଜ୍ୟସ୍ତରୀୟ କମିଟିକୁ ଜଣାଇବାକୁ ପଡିବ । ଏଥିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାମ ଓ ଯୋଗଯୋଗ ନମ୍ବର ମଧ୍ୟ ରହିବ ।

Related posts

ମଧ୍ୟରାତ୍ରରେ ଭାତ ଚଟୁରେ ପିଟି ପିଟି କରିଛି ହତ୍ୟା କରି ନୃଶଂସ ସ୍ୱାମୀର ଆତ୍ମସମର୍ପଣ

mahabharatanews

ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

mahabharatanews

ଭଞ୍ଜନଗର ଯାତ୍ରା : ଅପେରା ହେତୁ ପ୍ରବଳ ଭିଡ଼

mahabharatanews