Uncategorized

ଓଏନଜିସି ତୈଳ ବିଶୋଧନାଗାରରେ ନିଆଁ

ସୁରଟ: ଗୁଜୁରାଟର ସୁରଟରେ ଥିବା ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) ତୈଳ ବିଶୋଧନାଗାରରେ ନିଆଁ ଲାଗିଯାଇଛି । ନିଆଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଚେଷ୍ଟା ପରେ ମଧ୍ୟ ଏହା ନିୟନ୍ତ୍ରଣ କରାଯାଇ ନାହିଁ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ଲାଗିଛି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବହୁ କିଲୋମିଟର ଦୂରରୁ ମଧ୍ୟ ଦେଖାଯାଉଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।
ଆଜି ସକାଳେ ବିଶୋଧନାଗାରରେ ଏକ ବିସ୍ଫୋରଣ ଘଟି ନିଆଁ ସଙ୍ଗେସଙ୍ଗେ ବ୍ୟାପିଯ।।ଇଥିଲା । ପ୍ରତ୍ୟକ୍ଷଦଶୀଙ୍କ ଅନୁସାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୫ କିଲୋମିଟର ଦୂର ପର୍ୟ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା ।

Related posts

ଶନିବାର ଦେଶରେ ପୁଣି ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ, ୬୭୧ ଜଣଙ୍କ ମୃତ୍ୟୁ

mahabharatanews

୨୦୨୦ରେ ସିବିଆଇ ୮୦୦ରୁ ଅଧିକ ମାମଲାର ଫଇସଲା କରିଛି

mahabharatanews

ଆସିକା ସୁନାମ୍ବ ସାହି ତ୍ରିପତି ମନ୍ଦିର ସମ୍ମୁଖରେ ଯୁବକକୁ ମରଣାନ୍ତକ ଆକ୍ରମଣ

mahabharatanews