Uncategorized

ଓଏନଜିସି ତୈଳ ବିଶୋଧନାଗାରରେ ନିଆଁ

ସୁରଟ: ଗୁଜୁରାଟର ସୁରଟରେ ଥିବା ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) ତୈଳ ବିଶୋଧନାଗାରରେ ନିଆଁ ଲାଗିଯାଇଛି । ନିଆଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଚେଷ୍ଟା ପରେ ମଧ୍ୟ ଏହା ନିୟନ୍ତ୍ରଣ କରାଯାଇ ନାହିଁ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ଲାଗିଛି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବହୁ କିଲୋମିଟର ଦୂରରୁ ମଧ୍ୟ ଦେଖାଯାଉଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।
ଆଜି ସକାଳେ ବିଶୋଧନାଗାରରେ ଏକ ବିସ୍ଫୋରଣ ଘଟି ନିଆଁ ସଙ୍ଗେସଙ୍ଗେ ବ୍ୟାପିଯ।।ଇଥିଲା । ପ୍ରତ୍ୟକ୍ଷଦଶୀଙ୍କ ଅନୁସାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୫ କିଲୋମିଟର ଦୂର ପର୍ୟ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା ।

Related posts

ଫୁଲୱାମାରେ ସେନା, ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କୀ ନିହତ

mahabharatanews

ଜଷ୍ଟିସ ମୁରଲିଙ୍କ ଦିଲ୍ଲୀ ହିଂସା ଶୁଣାଣି କାଳରେ ବଦଳି

mahabharatanews

ଉତ୍ତର କୋରିଆ ପ୍ରସ୍ତୁତ କରୁଛି ବିଶାଳ ପରମାଣୁ ଗୋଦାମ

mahabharatanews