Uncategorized

ପୁଣି ଯୋଗୀଙ୍କୁ ହତ୍ୟା ଧମକ

ଲକ୍ଷେ୍ନø: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିଦେବାକୁ ଧମକ । ଉତ୍ତର ପ୍ରଦେଶର ୧୧୨ ହ୍ୱାଟ୍ସଆପ୍ ନମ୍ବରକୁ ଧମକପୂର୍ଣ ମେସେଜ ପଠାଯାଇଛି । ୯୬୯୬୭୫୫୧୧୩ ଏହି ନମ୍ବରରୁ ମେସେଜ୍ ପଠାଯାଇଥିବା ଜଣାପଡିଛି । ମାମଲାରେ ହଜରତଗଞ୍ଜ ପୋଲିସ ଏଫଆଇଆର ରୁଜ୍ଜୁ କରିଛି । ପୋଲିସ ଓ ସାଇବର୍ ସେଲ୍ ଟିମ୍ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ମୁଖତାର ଆନସାରୀକୁ ଜେଲରୁ ମୁକ୍ତ ନ କରିବାରୁ ଏହିଭଳି ଧମକ ଦିଆଯାଉଥିବା ଜଣାପଡିଛି ।
ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ ମେସେଜ କିଛି ନୂଆ ନୁହେଁ । ସେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କୁ ଲଗାତର ଧମକପୂର୍ଣ୍ଣ ମେସେଜ ଆସୁଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚଳିତ ବର୍ଷ ଜୁନ ମାସରେ ଉତ୍ତର ପ୍ରଦେଶ ପୋଲିସର ଜରୁରୀ ସେବା ୟୁପି ୧୧୨ ର ହ୍ୱାଟ୍ସଆପ ନମ୍ବରକୁ ଏକ ଧମକପୂର୍ଣ ମେସେଜ ଆସିଥିଲା । ମେସେଜରେ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ଲଗାଇ ଉଡାଇଦେବାକୁ ଧମକ ଦିଆଯାଇଥିଲା । ଏହାପୂର୍ବରୁ ମେ ମାସରେ ମଧ୍ୟ ଏହିଭଳି ଏକ ଧମକ ଯୋଗୁଁ ମୁମ୍ବାଇ କାମରାନ ଅମିନକୁ ଉତ୍ତର ପ୍ରଦେଶ ଏସଟିଏଫ ଗିରଫ କରିଥିଲା ।

Related posts

ଜାଫରାବାଦ ବିକ୍ଷୋଭକୁ ମିଳୁଛି ରାଜନୈତିକ ପ୍ରୋତ୍ସାହନ: ମନୋଜ ତିୱାରୀ

mahabharatanews

୪୮୩ ଜିଲ୍ଲାରେ ୭୭୪୦ କୋଭିଡ-୧୯ ଚିକିତ୍ସା କେନ୍ଦ୍ର

mahabharatanews

କୋରୋନା: ବ୍ରିଟେନରେ ପ୍ରଥମ ମୃତ୍ୟୁ ସ୍ପଷ୍ଟ, ଆମେରିକାରେ ୧୨

mahabharatanews