ଅପରାଧ

ହାଥରସରେ ହିଂସା ସୃଷ୍ଟିକରିବାକୁ ଯାଉଥିବା ୪ ପିଏଫଆଇ ସଦସ୍ୟ ଗିରଫ

ହାଥରସ: ହାଥରସ୍ ଗଣଦୁଷ୍କର୍ମ ମାମଲାରେ ୪ ଜଣ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ସଦସ୍ୟଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୁଲିସ । ଏମାନେ ଦିଲ୍ଲୀରୁ ହାଥରସ ଯାଉଥିଲେ ସେଠାରେ ହିଂସା ସୃଷ୍ଟି କରିବାକୁ । ସେମାନଙ୍କୁ ମଥୁରାରୁ ଗିରଫ କରାଯାଇଛି । ୧୯ଟି ଜାତିଗତ ହିଂସାକାଣ୍ତ ସୃଷ୍ଟି କରିବାର ପ୍ରୟାସ ଏବଂ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।
ତେବେ ପୁଲିସ ଆଇଟି ଆକ୍ଟ ଅନୁଯାୟୀ ମଧ୍ୟ ମାମଲା ରୁଜୁ କରିଛି। ଏନେଇ ୟୁପି ଡିଜିପି (ଆଇନଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ, ହାଥରସ୍ ମାମଲାରେ ଦିଲ୍ଲୀରୁ ହାଥରସ୍ ଯାତ୍ରା କରୁଥିବା ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୁଜାଫରନଗରର ଆତିକ୍-ଉର୍-ରେହମାନ୍, ମାଲାପୁରମର ସିଦ୍ଦିକୀ, ବହାରୈଚର ମାସୁଦ୍ ଅହମ୍ମଦ ଏବଂ ରାମପୁରର ଆଲମ୍। ଉକ୍ତ ଚାରିଜଣ ବ୍ୟକ୍ତି ପିଏଫଆଇ ସହ ଜଡିତ। ୟୁପି ପୁଲିସ ଏମାନଙ୍କୁ ଗିରଫ କରି ସେମାନଙ୍କଠାରୁ ଫୋନ୍, ଲାପଟପ୍ ଏବଂ ହିଂସା ପାଇଁ ଉସକାଉଥିବା କେତେକ ବହି ଜବତ କରିଛି। ଗିରଫ ଯୁବକମାନଙ୍କୁ ପୁଲିସ ଜେରା କରୁଛି।

Related posts

ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ବାପା-ମା’ ମୃତ

mahabharatanews

ଚୁଙ୍ଗୁଡି ଫ୍ୟାକ୍ଟ୍ରି ମ୍ୟାନେଜରଙ୍କୁ ବଟି ମ।।ଗି ଦୁଇ ଗିରଫ

mahabharatanews

ପଠାଣକୋଟ ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ

mahabharatanews