(ମହାଭାରତ, ସମ୍ବଲପୁର): ସମ୍ବଲପୁର ଫାଟକ ଅଞ୍ଚଳର ଦେହେରୀପାଲି ଜନଗହଳି ରାସ୍ତାରେ ହୋଇଥିବା ଏକ ଦୁର୍ଘଟଣାକୁ ନେଇ ଜଣେ ଯୁବଙ୍କୁ ଛୁରାମାଡ ହୋଇଛି । ଏଥିରେ ସେ ଆହତ ହୋଇଛନ୍ତି । ଯୁବକଙ୍କ ନାମ ଅମନ ସିଂହ ବୋଲି ଜଣାପଡିଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ ଗୁୁରୁବାର ସନ୍ଧ୍ୟାରେ ବୁଢାରାଜା ଦେହେରୀପାଲିରୁ କିଛି ଯୁବକ ବାଇକ୍ରେ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଅମନ ତାଙ୍କ ବାଇକ୍ରେ ଫେରୁଥିଲେ । ଏହି ସମୟରେ ଉଭୟଙ୍କ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ପରେ ଉକ୍ତ ଯୁବକମାନେ ଅମନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଛୁରା ମାଡରେ ତାଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି । ଆକ୍ରମଣ କରିଥିବା ସମସ୍ତ ଯୁବକ ନିଶାସକ୍ତ ଥିବା ସେ କହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
previous post
next post