ଓଡିଶା

ଦେବୋତ୍ତର ବିଭାଗ ଅଧୀନରେ ଆସୁଥିବା ମନ୍ଦିର ଖୋଲିବାକୁ ଯୋଜନା

ଭୁବନେଶ୍ୱର: ଭଗବତ ପ୍ରେମୀଙ୍କ ପାଇଁ ଖୁସି ଖବର ।ରାଜ୍ୟରେ ଖୁବଶୀଘ୍ର ମନ୍ଦିର ଖୋଲିବାକୁ ଯାଉଛି । ତେବେ କେବଳ ଦେବୋତ୍ତର ବିଭାଗ ଅଧୀନରେ ଆସୁଥିବା ମନ୍ଦିର ଖୋଲିବାକୁ ଯୋଜନା ହେଉଛି। ମନ୍ଦିର ପ୍ରଶାସନକୁ ମନ୍ଦିର ଖୋଲିବାର ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ୧୦ ଦିନ ଭିତରେ ରିପୋର୍ଟ ମଗାଯାଇଛି ଜିଲ୍ଲାପାଳମାନଙ୍କୁ । ସମସ୍ତଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳମାନେ ରିପୋର୍ଟ ପ୍ରସ୍ତୁତ କରିବେ । ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ମନ୍ଦିର ଖୋଲିବାକୁ ନେଇ ରାଜ୍ୟ ସରକାର ଏସ୍‌ଓପି ଜାରି କରିବେ।
ଦେଶବ୍ୟାପୀ ଧର୍ମାନୁଷ୍ଠାନ ଖୋଲାଯାଇଥିବା ବେଳେ ଆମ ରାଜ୍ୟରେ ମନ୍ଦିର ଖୋଲାଯାଇନାହିଁ । ଏହାକୁ ନେଇ ରାଜ୍ୟ ସରକାର ଉପରେ ବିଭିନ୍ନ ମହଲରୁ ଚାପ ପକାଯାଉଥିଲା । ହାଇକୋର୍ଟରେ ମଧ୍ୟ ଏନେଇ ଏକାଧିକ ଯାଚିକା ଦାୟର ହୋଇଥିଲା । କିନ୍ତୁ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଥିଲେ । ଏହାପରେ ଶ୍ରୀମନ୍ଦିର ସେବାୟତ ମନ୍ଦିର ଖୋଲିବାକୁ ରାସ୍ତାକୁ ଓହ୍ଲାଇଥିଲେ । ଗତକାଲି ଘଣ୍ଟଘଣ୍ଟା ପିଟି ସେମାନଙ୍କ ଦାବି ପ୍ରଶାସନ ନିକଟରେ ପହଞ୍ଚାଇଥିଲେ ।

 

Related posts

୨୦ଜଣ ସରପଞ୍ଚଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ପବିତ୍ର ବୈଶାଖ ଶୁକ୍ଳ ଅଷ୍ଟମୀରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ

mahabharatanews

+୩ ନାମଲେଖା ବିଜ୍ଞପ୍ତି: ଅଗଷ୍ଟ ୨୦ ତାରିଖରୁ ଆବେଦନ

mahabharatanews