ଓଡିଶା

ଲାଞ୍ଜିଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତି ପକ୍ଷରୁ ବ୍ଳକ ସ୍ତରୀୟ ମନରେଗା ଜନଶୁଣାଣି କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଲାଞ୍ଜିଗଡ଼ ବିଡ଼ିଓ ସଶାଙ୍କ ପାତ୍ରଙ୍କ ଅଧକ୍ଷତରେ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୂର ସ୍ଥିତ ସମ୍ମିଳନୀ କକ୍ଷରେ ଏନେଇ ଆୟୋଜିତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଶ୍ଚିତ ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ସଞ୍ଜିବ କୁମାର ନାଏକ, ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀ,ପୂର୍ବତନ ବ୍ଲକ ଉପାଧକ୍ଷ ଜଗଦିଶ ବେନିଆଁ ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି ଅବସରରେ ବ୍ଲକ ସାମାଜିକ ସମୀକ୍ଷକ ବିମଲ ବାଗଙ୍କ ଉପସ୍ଥିତି ଭିଆରପି ମାନେ ନିଜ ନିଜର ତଥ୍ୟ ଉପସ୍ଥାପନ କରିଥିବାବେଳେ ଜନଶୁଣାଣିରେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକ ସହକାରୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ, ପିଇଓ, ଏଡିଇଓ, ଜିଆରଏସ୍, ଗାଁସାଥି ଏବଂ ବ୍ଲକର ସମସ୍ତ କର୍ମଚାରୀ ସାମାଜିକ ସମୀକ୍ଷାରେ ଆର୍ଥିକ ବର୍ଷ ୨୦୨୫-୨୬ ଦ୍ୱିତୀୟ ପର୍ଯ୍ୟାୟ ଉପସ୍ଥିତ ରହି ଅବଧି ୧ ଏପ୍ରିଲ ୨୦୨୫ ଠାରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟରସମୀକ୍ଷା କରିଥିଲେ।

ତେବେ ୪୯୨୪ ଜଣ ଜବକାର୍ଡ଼ ଧାରୀଙ୍କୁ ୧୦୦ ଦିନର କାମ ମିଳିଛି।କନିଷ୍ଠ ଯନ୍ତ୍ରୀ ଏବଂ ବିଭାଗୀୟ କର୍ମଚାରୀ ମାନେ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ଉପସ୍ଥାପନ କରିଥିଲେ।ଏହି ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିବା ସହିତ ଅଧପନ୍ତରିଆ ହୋଇ ପଡ଼ିଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ପାଇଁ ଆଲୋଚନା ହୋଇଥିଲା। ଏଥିପାଇଁ ଥିବା ସମସ୍ୟା ଗୁଡ଼ିକୁ ସମସ୍ତଙ୍କ ସହମତି ଭିତ୍ତିରେ ସମାଧାନ କରିବା ସହିତ ମନରେଗା କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଅବଲମ୍ବନ କରି ବ୍ଲକ ଶିକ୍ଷା, ସାମାଜିକ ସୁରକ୍ଷା, ଜଳସେଚନ, ଗ୍ରାମ୍ୟ ସଡ଼କ, କୃଷି, ଗ୍ରାମ୍ୟ ଉଦ୍ୟାନ, ପାନୀୟ ଜଳ ସମସ୍ୟା ଆଦି କାର୍ଯ୍ୟକ୍ରମ ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ପାଇଁ ବିଡ଼ିଓ ଶ୍ରୀ ପାତ୍ର ଅଧିକାରୀ ତଥା କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମଟିକୁ ସାମାଜିକ ସମୀକ୍ଷକ ବିମଲ ବାଗ ପରିଚାଳନା କରିଥିବାବେଳେ ସମସ୍ତ ଏଡିଇଓ, ଜିଆରଏସ୍ ସହଯୋଗ କରିଥିଲେ।

Related posts

ବାଲ୍ୟବିବାହ ରୋକିଲେ ଚାଇଲଡ଼ ହେଲ୍ପ ଲାଇନ…

mahabharatanews

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ

mahabharatanews

ବହଳଦା ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews