ଓଡିଶାଦୁର୍ଘଟଣା

ପାଣିରେ ବୁଡି ଜଣକର ମୃତ୍ୟୁ ଏବଂ ଜଣେ ଗୁରୁତର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ପର୍ଲା ଗ୍ରାମରେ ପାଣିରେ ବୁଡି ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ  ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପର୍ଲା ଗ୍ରାମର ରାଜାରାମ ବାଗଙ୍କ ପୁଅ ମହାବୀର ବାଗ ୧୩ ଏବଂ ସରୋଜ ସୁନାନୀଙ୍କ ପୁଅ ରୋହିତ ସୁନାନୀ ୧୪ ,ସାଙ୍ଗ ମାନଙ୍କ ସହିତ ଗାଁ ନିକଟରେ ଥିବା ମୁଟୁରା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀ ପାଣିରେ ଗାଧୋଇବା ବେଳେ ମହାବୀର ପାଣିରେ ବୁଡ଼ି ଯାଇଥିଲେ। ରୋହିତଙ୍କୁ ଉଦ୍ଧାର କରାଯାଇଥିଲା। ସାଙ୍ଗେ ସାଙ୍ଗେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ସହ ଦମକଳ ବାହୀନି ଏବଂ ଓଡ୍ରାଫ ଟିମ୍ ପହଞ୍ଚି ପାଣିରେ ବୁଡି ଯାଇଥିବା ବାଳକର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଡ଼ାକ୍ତରଖାନାକୁ ପଠା ଯାଇଛିଏବଂ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି।

Related posts

କରୋନ କଟକଣାକୁ ଫୁ, ପ୍ରତି ୱାର୍ଡରେ ମିଳୁନି ଟୋକେନ

mahabharatanews

ବିଜେପି ପକ୍ଷରୁ ସାଲେପୁରରେ ହିତାଧିକାରୀ କୃଷକ ସମାବେଶ

mahabharatanews

୫ଟି ସଚିବଙ୍କ ବଲାଙ୍ଗୀରି ଗସ୍ତ

mahabharatanews