Uncategorized

୭୫ ଟଙ୍କିଆ କଏନ ଉନ୍ମୋଚିତ କଲେ ଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ପାଳନ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ଖାଦ୍ୟ ଓ କୃଷି ସଂଗଠନ ଦେଶର ଗରିବ ଶ୍ରେଣୀର ଲୋକମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଇ ଆସୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୮ଟି ଶସ୍ୟର ଜୈବ ବିକଶିତ ୧୭ ପ୍ରକାର ବିହନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସ୍ଥାନୀୟ କୃଷକଙ୍କ ଦ୍ୱାରା ସେହି କିସମର ଶସ୍ୟଗୁଡ଼ିକୁ ବିକଶିତ କରାଯାଇଛି। ଜୈବିକ ଦୃଷ୍ଟିରୁ ବିକଶିତ ଫସଲଗୁଡ଼ିକର ଉତ୍ପାଦନକୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରାଯିବ।
ମଧ୍ୟାହ୍ନ ଭୋଜନ ଯୋଜନା ଓ ଅଙ୍ଗନବାଡ଼ି ଯୋଜନା ଏହାର ଅନ୍ତର୍ଭୁକ୍ତ କରାଯିବ। ଏହା ଦ୍ୱାରା ଦେଶରୁ କୁପୋଷଣକୁ ଦୂର କରାଯାଇ ପାରିବ ଓ କୃଷକଙ୍କ ଆୟ ବୃଦ୍ଧିହେବ। ସରକାର ଦେଶରୁ କ୍ଷୁଧା ଓ କୁପୋଷଣ ଦୂର କରିବାକୁ ସଂକଳ୍ପବଦ୍ଧ। ଦେଶରେ ଅଙ୍ଗନବାଡ଼ି, କୃଷିବିଜ୍ଞାନ କେନ୍ଦ୍ର, ଜୈବିକ ଚାଷ ଓ ଉଦ୍ୟାନ ବିଦ୍ୟା ମିଶନଗୁଡ଼ିକରୁ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ମିଳୁଛି।

 

Related posts

କାଲିଠାରୁ ଖୋଲିବ ଧର୍ମାନୁଷ୍ଠାନ

mahabharatanews

ଇରାନର ପରମାଣୁ ପାୱାର ପ୍ଲାଣ୍ଟ ନିକଟରେ ଭୁକମ୍ପ

mahabharatanews

କପିଲଙ୍କ ପରେ ଆପ ନେତାଙ୍କ ସିଏଏକୁ ସମର୍ଥନ

mahabharatanews