ଓଡିଶା

କୋଇଲା ଚୁଲା ନିଆଁରେ ଜଳି ଦମ୍ପତିଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରସୁଗୁଡାରେ ଲୋମହର୍ଷଣକାରୀ ଘଟଣା ଘଟି ଯାଇଛି । କୋଇଲା ଚୁଲା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଦମ୍ପତି । ଆଜି ଝାରସୁଗୁଡା ଜିଲା ବ୍ରଜରାଜନଗରସ୍ଥିତ ରାମପୁରଠାରେ ନିଆଁରେ ପୋଡି ଗିରିବର ଦାଶ(୪୭) ଓ ତାଙ୍କ ପତ୍ନୀ ଗୀତା ଦାଶଙ୍କ ମୃତ୍ୟୁ ହୋଇଛି ।
ଗୀତା ଆଜି ସକାଳେ ଗୀତା କୋଇଲା ଚୁଲାରେ ନିଆଁ ଧରାଇବା ପରେ ଘର ଭିତରକୁ ନେଉଥିଲେ । ଅସାବଧାନତାରୁ ନିଆଁ ତାଙ୍କ ଲୁଗାରେ ଲାଗିଯାଇଥିଲା । ଲୁଗା ହୁତୁହୁତୁ ହୋଇ ଜଳି ଉଠିଥିଲା । ଗୀତାଙ୍କ ଚିକ୍ରାର ଶୁଣି ଗିରିବର ସେଠାରେ ପହଞ୍ଚି ତାଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ସେ ମଧ୍ୟ ନିଆଁରେ ଜଳି ଯାଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ଘରେ ଆଉ କେହି ନ ଥିଲେ । ପୁଅ ଘରକୁ ଫେରି ଉଭୟଙ୍କୁ ପୋଡି ହୋଇ ମରି ପଡିଥିବା ଦେଖିଥିଲା ଓ ସାହି ପଡିଶାଙ୍କୁ ଡାକିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

 

Related posts

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

mahabharatanews

ପୂର୍ବ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦର ଚକ୍ଷୁ ଚିକିତ୍ସା ଶିବିର

mahabharatanews

ଚଳିତ ବର୍ଷ ରାଜ୍ୟରେ କମ୍ ରହିବ ଗ୍ରୀଷ୍ମର ପ୍ରଭାବ

mahabharatanews