ଲଣ୍ଡନ: କରୋନା ପାଇଁ ବିଶ୍ୱ ଅର୍ଥନୀତି ଏକପ୍ରକାର ଭୁଶୁଡି ପଡିଛି । ଏଥିରୁ ବ୍ରିଟେନ ମଧ୍ୟ ବାଦ ପଡିନାହାନ୍ତି । ବ୍ରିଟେନର ଅର୍ଥନୀତି ଭୁଶୁଡି ପଡିଥିବା ସେଠାକାର ପ୍ରଧାନମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ବ୍ରିଟେନର ଏକ ଖବର ଅନୁସାରେ ପ୍ରଧାନମନ୍ତ୍ରୀ ବୋରିଜ ଜନସନ କହୁଛନ୍ତି, ତାଙ୍କ ଦରମାରେ ଚଳିପାରୁ ନାହାନ୍ତି। ସେଥିପାଇଁ ସେ ଇସ୍ତଫା ଦେବା କଥା ଚିନ୍ତା କରୁଛନ୍ତି। ଅବଶ୍ୟ ତାଙ୍କର ବାର୍ଷିକ ଦରମା ୧ କୋଟି ୪୩ ଲକ୍ଷ ଟଙ୍କା। ତେବେ ତାଙ୍କ ହାତକୁ ମାସକୁ ଦରମା ଆସେ ୧୨ ଲକ୍ଷ ଟଙ୍କା। ଏହି ଅର୍ଥରେ ଘର ଚଳାଇବା କଷ୍ଟକର ହେଉଛି ବୋରିସଙ୍କୁ । ମାତ୍ର ୬ଟି ସନ୍ତାନର ଜନକ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ଘର ଚଳାଇବାରେ କଷ୍ଟ ହେଉଛି।
ଏବେ ତାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବାରୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତିକୁ ନେଇ ଚର୍ଚ୍ଚା ହେଲାଣି । ଏହି ପଦବୀ ପାଇଁ ଇନଫୋସିସ ପ୍ରତିଷ୍ଠାତା ନାରାୟଣମୂର୍ତିଙ୍କ ଜ୍ବାଇଁ ଓ ବ୍ରିଟେନର ଅର୍ଥ ମନ୍ତ୍ରୀ ରୁଷି ସୁନକଙ୍କ ନାଁ ଚର୍ଚ୍ଚାର ଆଗରେ ରହିଛି ।
