Uncategorized

ଦେଶରେ କରୋନା ମୃତ୍ୟୁ ୧୯୮୧ ଛୁଇଁଛି

ନୂଆଦିଲ୍ଲୀ: ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଶନିବାର ସକାଳ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧ରେ ପହଞ୍ଚିଛି। ସେହିପରି ମୋଟ ୫୯ ହଜାର ୬୬୨ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୮୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ସୁଦ୍ଧା ୩୯ ହଜାର ୮୩୪ ଜଣ ଚକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୫ ଜଣ ଏହି ଭୂତାଣୁରେ ପ୍ରାଣ ହରାଇଥିବାବେଳେ ୩୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମହାରାଷ୍ଟ୍ରରେ କରୋନା ସ୍ଥିତି ସଂଘାତିକ ରହିଛି ।
ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୯ ହଜାର ୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୧ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୨ୟ ଦ୍ୱିତୀୟ ସ୍ଥାନରେ ରହିଛି । ଗୁଜରାଟରେ ୭୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୪୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ଦିଲ୍ଲୀରେ ୬୩୧୮ ଆକ୍ରାନ୍ତ ଓ ୬୮ ମୃତ, ତାମିଲନାଡୁରେ ୬୦୦୯ ଆକ୍ରାନ୍ତ ଓ ୪୦ ମୃତ, ରାଜସ୍ଥାନରେ ୩୫୭୯ ଆକ୍ରାନ୍ତ ଓ ୧୦୩ ମୃତ, ମଧ୍ୟପ୍ରଦେଶରେ ୩୩୪୧ ଆକ୍ରାନ୍ତ ଓ ୨୦୦ ମୃତ, ଉତ୍ତରପ୍ରଦେଶରେ ୩୨୧୪ ଆକ୍ରାନ୍ତ ଓ ୬୬ ମୃତ, ଆନ୍ଧ୍ରପ୍ରଦେଶରେ ୧୮୮୭ ଆକ୍ରାନ୍ତ ଓ ୪୧ ମୃତ, ପଞ୍ଜାବରେ ୧୭୩୧ ଆକ୍ରାନ୍ତ ଓ ୨୯ ମୃତ, ପଶ୍ଚିମବଙ୍ଗରେ ୧୬୭୮ ଆକ୍ରାନ୍ତ ଓ ୧୬୦ ମୃତ, ତେଲେଙ୍ଗାନାରେ ୧୧୩୨ ଆକ୍ରାନ୍ତ ଏବଂ ୨୯ ଜଣଙ୍କ ମୃତ୍ୟୁ ଘଟିଛି।

Related posts

୨୯ରେ କେଦାରନାଥ କବାଟ ଖୋଲିବ

mahabharatanews

ଇଜିପଟରେ ବସ ଦୁର୍ଘଟଣାଗ୍ରସ୍ତ, ୩ ମୃତ, ୧୬ ଭାରତୀୟ ପର୍ଯ୍ୟଟକ ଆହତ

mahabharatanews

କଡା ସୁରକ୍ଷା ବଳୟରେ ଶାହୀନବାଗରେ ମତଦାନ

mahabharatanews