ଓଡିଶା

ବ୍ଲୁ ଫ୍ଲା୍ଗ ବିଚରେ ପର୍ଯ୍ୟଟକ ନିଖୋଜ

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଉଥିବା ସମୟରେ ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ପର୍ଯ୍ୟଟକଙ୍କ ଘର ଝାଡଖଣ୍ଡ ରାଜ୍ୟରେ । ନିଖୋଜ ଖବର ପାଇ ସେଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ଖୋଜା ଚାଲିଛି ।
ଝାଡଖଣ୍ଡରୁ କିଛି ପର୍ଯ୍ୟଟକ ପୁରୀ ଆସିଥିଲେ । ସେମାନେ ବ୍ଲୁ ପ୍ଲାଗ ବିଚର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବିଚରେ ଗାଧୋଇବାର ମଜା ନେଉଥିଲେ । ଏହି ସମୟରେ ସମୁଦ୍ର ଲହଡିରେ ଜଣେ ପର୍ଯ୍ୟଟକ ବୁଡିଯାଇଥିଲେ । ତାଙ୍କୁ ପରିବାର ଲୋକେ ଓ ସେଠାରେ ଉପସ୍ଥିତ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଏହାପରେ ଅଗ୍ନିଶମ ବିଭାଗ ଖବର ପାଇ ସେଠାରେ ପର୍ଯ୍ୟଟକଙ୍କ ଖୋଜାଖୋଜି କରୁଛି ।

Related posts

ପୂର୍ବ ଶତୃତାକୁ କେନ୍ଦ କରି କଏଦୀକୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ

mahabharatanews

ନିଜ ଚକ୍ଷୁକୁ ଭଲ ପାଆନ୍ତୁ: ସ୍ଵାସ୍ଥ୍ୟ ଅଧିକାରୀ

mahabharatanews

ଗୋ ଧନ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜିତ

mahabharatanews