ଓଡିଶା

ବ୍ଲୁ ଫ୍ଲା୍ଗ ବିଚରେ ପର୍ଯ୍ୟଟକ ନିଖୋଜ

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଉଥିବା ସମୟରେ ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ପର୍ଯ୍ୟଟକଙ୍କ ଘର ଝାଡଖଣ୍ଡ ରାଜ୍ୟରେ । ନିଖୋଜ ଖବର ପାଇ ସେଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ଖୋଜା ଚାଲିଛି ।
ଝାଡଖଣ୍ଡରୁ କିଛି ପର୍ଯ୍ୟଟକ ପୁରୀ ଆସିଥିଲେ । ସେମାନେ ବ୍ଲୁ ପ୍ଲାଗ ବିଚର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବିଚରେ ଗାଧୋଇବାର ମଜା ନେଉଥିଲେ । ଏହି ସମୟରେ ସମୁଦ୍ର ଲହଡିରେ ଜଣେ ପର୍ଯ୍ୟଟକ ବୁଡିଯାଇଥିଲେ । ତାଙ୍କୁ ପରିବାର ଲୋକେ ଓ ସେଠାରେ ଉପସ୍ଥିତ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଏହାପରେ ଅଗ୍ନିଶମ ବିଭାଗ ଖବର ପାଇ ସେଠାରେ ପର୍ଯ୍ୟଟକଙ୍କ ଖୋଜାଖୋଜି କରୁଛି ।

Related posts

ବିବାହିତା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ

mahabharatanews

କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ହୋହାଲ୍ଲା

mahabharatanews

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରେ ୨ ପଜିଟିଭ

mahabharatanews