Uncategorized

ବଡଗାମ ଜିଲ୍ଲାରେ ୨ ଆତଙ୍କୀ ନିହତ

ଶ୍ରୀନଗର: କାଶ୍ମୀରର ବଡଗାମ ଜିଲ୍ଲାରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏହି ଅପରେସନ ହୋଇଥିଲା । ଜିଲ୍ଲାର ଆରିବାଗ ମଚହାମା ଅଞ୍ଚଳରେ ରାତିରେ ଆତଙ୍କବାଦୀମାନେ ସେଠାରେ ଥିବା ଏକ ଘରେ ଲୁଚି ରହିଥିଲେ । ସେନା ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଆତଙ୍କୀ ସେନା ଉପରକୁ ଗୁଳିଚଳାଇଥିଲେ । ସେନା ଗୁଳି ଚଳାଇବା ବେଳେ ସେମାନେ ଥିବା ଘରେ ଅଗ୍ନିକାଣ୍ଡ ହୋଇଥିଲା । ମୃତ ଆତଙ୍କୀ ଦୁଇଜଣ ଜୈଶ-ଏ-ମହମ୍ମଦର କମାଣ୍ଡର ଥିବା ଜଣାପଡିଛି।
ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବାପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ କର୍ଡନ କଡାକଡି ହେବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଫଳରେ ସେନା ପକ୍ଷରୁ ପାଲଟା ଗୁଳିବାରି ହୋଇଥିଲା । କିଛି ସମୟ ଗୁଳିବିନିମୟ ପରେ ଆତଙ୍କୀ ଲୁଚିଥିବା ଘରେ ବିସ୍ଫୋରଣ ହୋଇଥିଲା । ହୁଏତ ସେହି ଘରେ କିଛି ବିସ୍ଫୋରକ ସାମଗ୍ରୀ ମହଜୁଦ ଥିଲା, ଯେଉଁଥିରେ ଗୁଳି ବାଜି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ।

 

Related posts

୪ ଦେଶର ଭିସା ରଦ୍ଦ

mahabharatanews

ଆତଙ୍କବାଦକୁ ନେଇ ଏଫଏଟିଏଫର ପାକ୍କୁ ୧୫୦ଟି ପ୍ରଶ୍ନ

mahabharatanews

୪୫ ଜଣଙ୍କ ପୂର୍ବ ଆଫଗାନିସ୍ତାନ ଏୟାର ଷ୍ଟ୍ରାଇକରେ ମୃତ୍ୟୁ

mahabharatanews