ଓଡିଶା

ଓଜେଇଇ ପରୀକ୍ଷା ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବ । ପୂର୍ବବର୍ଷ ପରି ଚଳିତ ବର୍ଷ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଲୋକସେବା ଭବନରେ ସାମ୍ବାଦିକ ସମ୍ମିଳନୀ କରି ଫଳ ପ୍ରକାଶ ପାଇବ କି ଅନଲାଇନରେ ପ୍ରକାଶ କରିବ ସେ ସମ୍ବନ୍ଧରେ ନିଷ୍ପତ୍ତି ହୋଇନି ।
ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଥିଲେ। ଓଡ଼ିଶାର ୨୧ଟି ସହରରେ ୫୪ ପରୀକ୍ଷା କେନ୍ଦ୍ରରେ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ।

 

Related posts

ସରପଞ୍ଚଙ୍କୁ ଆକ୍ରମଣ: ୧ ଗିରଫ, ୩ ଫେରାର

mahabharatanews

ସାବାଡ଼ ହେବେ ବିକଟାଳ ଶବ୍ଦ କରୁଥିବା ଗାଡି ଚାଳକ

mahabharatanews

ଟ୍ରକ ଦୁର୍ଘଟଣାରେ ଯୁବକ ମୃତ

mahabharatanews