ଓଡିଶା

ଓଜେଇଇ ପରୀକ୍ଷା ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବ । ପୂର୍ବବର୍ଷ ପରି ଚଳିତ ବର୍ଷ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଲୋକସେବା ଭବନରେ ସାମ୍ବାଦିକ ସମ୍ମିଳନୀ କରି ଫଳ ପ୍ରକାଶ ପାଇବ କି ଅନଲାଇନରେ ପ୍ରକାଶ କରିବ ସେ ସମ୍ବନ୍ଧରେ ନିଷ୍ପତ୍ତି ହୋଇନି ।
ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଥିଲେ। ଓଡ଼ିଶାର ୨୧ଟି ସହରରେ ୫୪ ପରୀକ୍ଷା କେନ୍ଦ୍ରରେ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ।

 

Related posts

ଲକ୍ଷ୍ମୀ ବସ୍ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

mahabharatanews

୧୫ରୁ ଭୁବନେଶ୍ୱର-ଦୁବାଇକୁ ଆରମ୍ଭ ବିମାନ ସେବା

mahabharatanews

ଖଜୁରୀଡିହା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ମିଳୁଛି ବାସି ଖାଦ୍ୟ

mahabharatanews