ରାଜନୀତି

ଜୀବନ ପ୍ରଦୀପଙ୍କୁ ବିଜେଡିରୁ ସସ୍ପେଣ୍ଡ

ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ସରୁ ସରୁ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବିଜେଡି ସସ୍ପେଣ୍ଡ କରିଛି । ଦଳବିରୋଧୀ କାର୍ୟ୍ୟ ଅଭିଯୋଗରେ ତାଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ବିଜେଡି ପକ୍ଷରୁ ଜାରି ପ୍ରେସ ରିଲିଜରେ ସୂଚନା ରହିଛି। ତେବେ ଦଳ ବିରୋଧୀ କାର୍ଯ୍ୟକୁ ନେଇ ନିର୍ବାଚନ ଥିବାରୁ ତାଙ୍କୁ ତଳରୁ ନିଲମ୍ବିତ ନ କରି ନିର୍ବାଚନ ସରୁସରୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।
ଜୀବନ ପ୍ରଦୀପ ୨୦୦୯ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ଓ ବାଲେଶ୍ୱର ସଦର ଆସନରୁ ବିଜୟୀ ହୋଇଥିଲେ । ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ମଦନମୋହନ ଦତ୍ତଙ୍କଠାରୁ ପରାସ୍ତବରଣ କରିଥିଲେ। କିନ୍ତୁ ଦତ୍ତଙ୍କ ଅକାଳ ମୃତ୍ୟୁ ଯୋଗୁ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଶ୍ରୀ ଦାସ ଲବି କରିଥିଲେ । କିନ୍ତୁ ତାଙ୍କୁ ସାଇଡ କରି ସ୍ୱରୂପ ଦାସଙ୍କୁ ଦଳ ପ୍ରାର୍ଥୀ କରିଥିଲା, ଯାହାକୁ ନେଇ ସେ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବିଜେଡି ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

 

Related posts

୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ଶପଥପାଠ

mahabharatanews

ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ପଶ୍ଚିମବଙ୍ଗ ନିର୍ବାଚନ କେବଳ ତିନୋଟି ପର୍ଯ୍ୟାୟରେ କରିବା ପାଇଁ ବିଜେପି ନିର୍ବାଚନ କମିଶନକୁ ନିବେଦନ କଲା

mahabharatanews