Uncategorized

ପାଣିପାଗ ବିଭାଗ ମ୍ୟାଲେରିଆର ପୂର୍ବାନୁମାନ କରିବ

ନୂଆଦିଲ୍ଲୀ: ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ମ୍ୟାଲେରିଆ ପ୍ରବଣ ହୋଇଥିବା ବେଳେ ମହାରାଷ୍ଟ୍ର, ତ୍ରିପୁରା, ମେଘାଳୟ ଓ ମିଜୋରାମ ମଧ୍ୟ ମ୍ୟାଲେରିଆ ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ମ୍ୟାଲେରିଆ ସହ ପାଣିପାଗର ସମ୍ପର୍କ ରହି ଥିବାରୁ ଏଣିକି ପାଣିପାଗ ବିଭାଗ ମ୍ୟାଲେରିଆର ପୂର୍ବାନୁମାନ କରିବ  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗ ମିଳିତ ଭାବେ ମ୍ୟାଲେରିଆ ପୂର୍ବାନୁମାନ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଆସନ୍ତା ମୌସୁମୀରୁ ମ୍ୟାଲେରିଆ ସମ୍ପର୍କିତ ସୂଚନା ଦେବ ପାଣିପାଗ ବିଭାଗ। ଏ ନେଇ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ପାଣିପାଗ ସହ ମ୍ୟାଲେରିଆ ସଂକ୍ରମଣର ସମ୍ପର୍କ ରହିଛି । ବିଶ୍ଳେଷଣରୁ ଜଣାପଡିଛି ମ୍ୟାଲେରିଆର ବ୍ୟାପକତା ତାପମାତ୍ରା ଉପରେ ନିର୍ଭର କରିଥାଏ। ଗୋଟିଏ ଦିନର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ର କେଉଁ ରେଞ୍ଜରେ ରହୁଛି, ତଦନୁସାରେ ମ୍ୟାଲେରିଆ ସଂକ୍ରମଣ ବୃଦ୍ଧି ଓ ହ୍ରାସ ନିର୍ଭର କରେ। ମ୍ୟାଲେରିଆ ସଂକ୍ରମଣ ପାଇଁ କେଉଁ ତାପମାତ୍ରା ଅଧିକ ଅନୁକୂଳ ହୋଇଥାଏ, ତାହା ଜଣାପଡ଼ିଲେ ଏଥିପ୍ରତି ସତର୍କ ହୋଇପରିବା ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।
ସର୍ବାଧିକ ତାପମାତ୍ରା ୩୩ରୁ ୩୯ ଡିଗ୍ରୀ ଓ ସର୍ବନିମ୍ନ ୧୪ରୁ ୧୯ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ମ୍ୟାଲେରିଆ ବ୍ୟାପିଥାଏ। ଏହି ତାପମାତ୍ର ଆଧାରରେ ମ୍ୟାଲେରିଆ ବ୍ୟାପିବା ଜଣାପଡ଼ିବ। ଏ ସମ୍ପର୍କିତ ତଥ୍ୟ ଆମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଉଛୁ। ତାହା ପରେ ଯାଇ ସତର୍କତାମୂଳକ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ମ୍ୟାଲେରିଆ ସମ୍ପର୍କିତ ବୁଲେଟିନ୍‌ ପ୍ରତି ଗୁରୁବାର ଭାରତୀୟ ପାଣିପାଗ ବିଭାଗର ୱେବସାଇଟ୍‌ରେ ପ୍ରସାରଣ କରାଯାଉଛି। ଆସନ୍ତା ବର୍ଷଠାରୁ ଏହାକୁ ନିୟମିତ କରାଯିବାର ବ୍ୟବସ୍ଥା ଯିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି ।

 

Related posts

୫୮ ବର୍ଷ ବୟସରେ ଅବସର ନେବେ ସେନା ଯବାନ: ବିପିନ ରାୱତ

mahabharatanews

ଦେଶରେ ୧୦୭୯୬ କରୋନା ଆକ୍ରାନ୍ତ

mahabharatanews

୬୦ ଆନ୍ଦୋଳନକାରୀ ଶିକ୍ଷାର୍ଥୀ ଅଟକ

mahabharatanews