ନ୍ୟୁୟର୍କ: ମହାମାରୀ କରୋନା ସଂମ୍ପ୍ରତିକ ପରିସ୍ଥିତିରେ ହ୍ରାସ ପାଇଥିଲେ ମଧ୍ୟ ଏହାର ଅପକାରିତ ଆଗାମୀ ଦିନରେ ବିଶ୍ୱ ଦେଖିବ । ଏହି ମହାମାରୀ ଚଳିତ ଆର୍ଥିକ ସ୍ଥିତିକୁ ଭୁଶୁଡି ଦେଇଥିବା ବେଳେ ଆସନ୍ତା ବର୍ଷ ଏହା ଆହୁରି ଉତ୍କଟ ହେବ । ଆସନ୍ତା ବର୍ଷ ବିଶ୍ବରେ ଖାଦ୍ୟାଭାବ ଉତ୍କଟ ହେବ ଓ ମହାମାରୀଠାରୁ ବି ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ବିଶ୍ବ ଖାଦ୍ୟ କାର୍ୟ୍ୟକ୍ରମ (ଡ଼ବ୍ଲ୍ୟୁଏଚପି) ମୁଖ୍ୟ ଡ଼େଭିଡ଼ ବିସଲି କହିଛନ୍ତି। ଯଦି ବିଶ୍ବ ଖାଦ୍ୟ ସଙ୍ଗଠନକୁ ଉପଯୁକ୍ତ ସହାୟତା ନ ମିଳେ ତେବେ ବିଶ୍ବର ଅନେକ ଦେଶରେ ଖାଦ୍ୟାଭାବ ମହାମାରୀ ରୂପ ନେଇପାରେ ବୋଲି ଡ଼େଭିଡ଼ କହିଛନ୍ତି ।
ଡେଭିଡଙ୍କ ଅନୁଯାୟୀ, ବିଶ୍ବରେ କରୋନା ପାଇଁ ଅନାହାର ସଂଖ୍ୟା ବୃଦ୍ଧି ପାଇବାରେ ଲ।।ଗିଛି । କୋଭିଡ -୧୯ ମହାମାରୀ ଯୋଗୁଁ ଅନାହାର ଉପରେ ଏତେଟା ଗୁରୁତ୍ବ ଦିଆଯାଇନାହିଁ । ଗୋଟିଏ ପଟେ ବିଶ୍ୱ ମହାମାରୀର ସମ୍ମୁଖୀନ ହେଉଛି ଏବଂ ଏହା ମଧ୍ୟ କ୍ଷୁଧା ଭଳି ମହାମାରୀର କାରଣ ହୋଇଛି। ଯଦି ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଅବସ୍ଥା ଆହୁରି ଭୟଙ୍କର ହେବ। ୨୦୨୦ରେ ବିଶ୍ବର ବିଭିନ୍ନ ଦେଶ ସହାୟତାରେ ଅନାହାର ମୃତ୍ୟୁ ରୋକିବା କ୍ଷେତ୍ରରେ ଡବ୍ଲୁଏଚଓ କେତେକାଂଶରେ ସଫଳ ହୋଇଥିବା ବେଳେ କିନ୍ତୁ ୨୦୨୧ରେ ଏହା ସମ୍ଭବ ହେବ ନାହିଁ । ସବୁ ରାଷ୍ଟ୍ର ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବାରୁ ସହାୟତା ରାଶି ମିଳିବା ସମ୍ଭାବନା କମିଛି ।