Uncategorized

୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଧର୍ମାନୁଷ୍ଠାନ

ମୁମ୍ବଇ: ଦୀର୍ଘ ୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ । ଆଜିଠାରୁ ଖୋଲିଲା ଶ୍ରଦ୍ଧାଳୁଙ୍କ ପାଇଁ ଧାର୍ମିକସ୍ଥଳୀ । ମନ୍ଦିର ଖୋଲାଯିବା ନେଇ ଏସଓପି ଜାରି କରାଯାଇଛି। ନିର୍ଦ୍ଦିଷ୍ଟ ନିୟମ ପାଳନ ପୂର୍ବକ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନର ଅନୁମତି ଦିଆଯାଉଛି । ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା କମ୍‍ ଥିବାରୁ ଧାର୍ମିକ ସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍ପତ୍ତି ଯଥାର୍ଥ ବୋଲି ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି।

ଶିରିଡିରେ ସାଇ ବାବା ମନ୍ଦିର, ପନ୍ଦରପୁରର ଭିଠାଲ ମନ୍ଦିର, ତୁଲଜାପୁରର ତୁଲଜା ଭବାନୀ ମନ୍ଦିର ଭଳି କେତେକ ପ୍ରସିଦ୍ଧ ମନ୍ଦିର ଆଜି ସକାଳେ ଖୋଲିଛି। ସମସ୍ତ ଏସଓପି ଏବଂ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି ଭକ୍ତମାନେ ଏହି ମନ୍ଦିର ବାହାରେ ପାସ୍ ଏବଂ ପଞ୍ଜୀକରଣ ପାଇଁ ଧାଡି ଲଗାଇଛନ୍ତି। ସେହିପରି ମହିମ୍ ଚର୍ଚ୍ଚ, ମୁମ୍ବାଇର ହାଜି ଅଲି ଦରଘା ପରି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶିରିଡି ସାଇ ମନ୍ଦିରରେ ଘଣ୍ଟାକୁ ୯୦୦ ଭକ୍ତ ଦର୍ଶନ ଓ ଦିନକୁ ସର୍ବାଧିକ ୬୦୦୦ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ। ସେହିପରି ୬୫ ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ବୟସର ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।

 

Related posts

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ୬ ଜଣ ଅଟକ

mahabharatanews

ଏନସିପି ବିଧାୟକ ପ୍ରକାଶ ସୋଲାଙ୍କିଙ୍କ ଇସ୍ତଫା ଘୋଷଣା

mahabharatanews

ପଦାର୍ଥ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

mahabharatanews