ଅପରାଧ

ନକଲି ନୋଟ କାରବାରରେ ଦୁଇ ଭାଇ ଗିରଫ

ବାରିପଦା: ନକଲି ନୋଟ କାରବାର କରୁଥିବା ୨ ଭାଇ ପୁଲିସ କବଜାରେ । ବାରିପଦା ପୁଲିସ ଉଭୟଙ୍କୁ ଗିରଫ କରିବା ସହ ଏମାନଙ୍କଠାରୁ ୮୫ ହଜାର ଟଙ୍କାର ନକଲି ନୋଟ ଜବତ କରିଛି । ଗିରଫ ଦୁଇ ଭାଇ ହେଲେ ରାସ ବିହାରୀ ରଣା ଓ ରକ୍ଷାହରି ରଣା । ସେମାନଙ୍କ ଘର ଝାଡଖଣ୍ଡର ବହଡାଗୋଡା । ଏମାନେ ବାରିପଦାସ୍ଥିତ କେସି ସର୍କଲରେ ନକଲି ନୋଟ କାରବାର କରି ଆସୁଥିଲେ ।
ଗତକାଲି ଉଭୟ ଭାଇ ୮୫ ହଜାର ଟଙ୍କାର ନକଲି ନୋଟ୍ ନେଇ ବାରିପଦାରେ ପହଞ୍ଚିଥିଲେ । କୌଣସି ସୂତ୍ରରୁ ପୁଲିସକୁ ଏନେଇ ସୂଚନା ମିଳିଥିଲା । ପୁଲିସ ତୁରନ୍ତ ରାତିରେ ବାରିପଦା କେସି ସର୍କଲରେ ଚଢଉ କରି ଦୁଇ ଭାଇଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନକଲି ନୋଟସସବୁକୁ ଜବତ କରିଛି । ସେମାନଙ୍କଠାରୁ ୧୧୦ଟି ୫୦୦ ଟଙ୍କିଆ, ୩୦୦ଟି ୧୦୦ ଟଙ୍କଆ ନୋଟ ଜବତ କରିବା ସହ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି । ପୁଲିସ ସେମାନଙ୍କୁ ପଚରାଉଚରା କରିବା ସହ କେଉଁଠାରୁ ଏହି ନକଲି ନୋଟ ଆଣିଛନ୍ତି ତାର ଖୋଳତାଡ ଚଳାଇଛି ।

SR

 

Related posts

କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ

mahabharatanews

ସାମାନ୍ୟ ବଚସାକୁ ନେଇ କନେଷ୍ଟବଲଙ୍କୁ ଗୁଳିମାଡ

mahabharatanews

୧୦ ଲକ୍ଷ ଟଙ୍କାର ଦାମୀ ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ

mahabharatanews