ଓଡିଶା

ବାପା ପୁଅ ସମ୍ପର୍କକୁ ନେଇ ସୁରଙ୍କ କଣ୍ଠରେ ଗୀତ

ଭୁବନେଶ୍ୱର: ନିଜ ବେଧକ ବୟାନବାଜିକୁ ନେଇ ସର୍ବଦା ମିଡିଆର ପ୍ରିୟ ଥିବା କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା । ଏବେ ସେ ଗୀତ ଗାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହି ଗୀତରେ ସେ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି । ତେବେ ଗୀତ ସୁରେଶ ରାଉତରାୟଙ୍କ ଏହା ପ୍ରଥମ ଗୀତ ଗାଇବା ନୁହେଁ । ଏହା ପୂର୍ବରୁ ସେ ମଧ୍ୟ ଗୀତଗାଇଥିଲେ ।
ସାମ୍ପ୍ରତିକ ପରିସ୍ଥିତିରେ ବାପା ପୁଅଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେଉଥିବା ବେଳେ ଗୀତରେ ବାପା ପୁଅଙ୍କ ବାସ୍ତବତାକୁ ସେ ଗାଇ ଯୁବପିଢିଙ୍କ ପାଇଁ ଏକ ବାର୍ତ୍ତା ଦେଉଛନ୍ତି । ଏହି ଗୀତ ଲେଖିଛନ୍ତି ତପୁ ରାଉତ ଏବଂ ସଙ୍ଗୀତରେ ସଜାଇଛନ୍ତି ଜାପାନୀ ଭାଇ । ଗୀତର ନାମ ରହିଛି ସୁନା ବାପା । ଏହା ପୂର୍ବରୁ ସୁର ରାଉତ ରଙ୍ଗବତୀ ଗୀତରେ କଣ୍ଠଦାନ କରିଥିଲେ ।

Related posts

ସରକାରୀ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମ

mahabharatanews

କୋଭିଡ-୧୯ରେ ନାମ ପଞ୍ଜିକରଣକୁ ନେଇ ଆଶାକର୍ମୀଙ୍କୁ ମାଡ

mahabharatanews

ସାଲେପୁରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

mahabharatanews