ଓଡିଶା

ଚଳିତ ବର୍ଷ ରାଜ୍ୟରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ପାଳନ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ । ଜିରୋଡ଼ ନାଇଟ ସେଲିବ୍ରେସନ ହେଲେ ଲୋକ ଗହଳି ହେବ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ଜିରୋ ନାଇଟ ସେଲିବ୍ରେସନକୁ ନିଷିଦ୍ଧ ଘୋଷଣା କରିଛନ୍ତି । ତେବେ ଭୁବନେଶ୍ୱରରେ ପୂର୍ବରୁ ଏହି ସେଲିବ୍ରେସନକୁ ବିଏମସି ବ୍ୟାନ କରିଥିଲା । ଏବେ ରାଜ୍ୟ ସରକାର ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଆଦି ସହରରେ ଏହାକୁ ବନ୍ଦ କରିଛନ୍ତି ।
ଭୁବନେଶ୍ବରରେ ଏ ବର୍ଷ ‘ଜିରୋ ନାଇଟ ସେଲିବ୍ରେସନ’ ହେବନାହିଁ। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୨୦୨୦ ଡିସେମ୍ବର ୩୧ ରାତି ପାଳନକୁ ମନା କରାଯାଇଛି । ଘରେ ରହି ନୂଆ ବର୍ଷ ପାଳନ କରିବାକୁ ଆଜି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଅଧିକ ସଂଖ୍ୟକ ଲୋକ ଏକାଠି ହେବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମିଶନର କହିଛନ୍ତି।

 

Related posts

ଜିଲ୍ଲାପାଳଙ୍କ ବିଭିନ୍ନ କୋଭିଡ କେୟାର ହୋମ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମୀକ୍ଷା

mahabharatanews

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

mahabharatanews

ତରଭା କୃଷକ ସଂଗଠନର ଧାରଣା

mahabharatanews