ଓଡିଶା

ଆଇଏଏସଙ୍କୁ ରାଜ୍ୟ ସରକାରଙ୍କ ନୁଆ ବର୍ଷ ଭେଟି: ବହୁ ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାର ବହୁ ଆଇଏଏସଙ୍କୁ ପଦୋନ୍ନତି ଦେଇ ନୂଆ ବର୍ଷର ଭେଟି ଦେଇଛନ୍ତି । ଆଇଏଏସସ୍ତରରେ ବୁଧବାର ଦିନ ପଦୋନ୍ନତି ଦେଇଛନ୍ତି । ଆପେକ୍ସ ସ୍କେଲ, ପ୍ରିନ୍ସିପାଲ ସେକ୍ରେଟେରୀ, ସୁପର ଟାଇମ୍ ସ୍କେଲ୍ , ସିଲେକ୍ସନ ଗ୍ରେଡ୍ , ଜୁନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡ୍ ଓ ସିନିୟର ଟାଇମ୍ ସ୍କେଲ ପାହ୍ୟାରେ ଥିବା ଆଇଏଏସ ଅଫିସରମାନଙ୍କୁ ପଦୋନ୍ନତି ଦେଇଛନ୍ତିଗୃହ ବିଭାଗ ପ୍ରମୁଖ ସଚିବ ତଥା ୧୯୯୦ ବ୍ୟାଚ ଆଇଏଏସ୍ ସଞ୍ଜିବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଭାବେ ପଦୋନ୍ନତି ମିଳିଛି। ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ୟ୍ୟ କରିବେ। ସେହିପରି ୧୯୯୬ ବ୍ୟାଚର ୩ ଜଣ ଆଇଏଏସ ଶାଶ୍ୱତ ମିଶ୍ର, ବୀରବିକ୍ରମ ଯାଦବ ଓ ବିଶାଳ ଦେବ ପ୍ରମୁଖଙ୍କୁ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସୁପରଟାଇମ୍ ସ୍କେଲକୁ ୨୦୦୫ ବ୍ୟାଚର ୮ଜଣ ଆଇଏଏସଙ୍କୁ ପଦୋନ୍ନତି ମିଳିଛି। ସେମାନେ ହେଲେ ଆଇଏଏସ୍ ଆର. ଭିନିଲ କ୍ରିଷ୍ଣା, ରତ୍ନାକର ରାଉତ, ଦାଶରଥୀ ଶତପଥୀ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅଞ୍ଜନ କୁମାର ମାଣିକ, ବୃନ୍ଦାବନ ବେହେରା, ସୁରେଶ ଚନ୍ଦ୍ର ଦଳାଇ ଓ ଦେବେନ୍ଦ୍ର କୁମାର ଜେନା ରହିଛନ୍ତି। ସେହିପରି ସିଲେକ୍ସନ୍ ଗ୍ରେଡ୍ ପାହ୍ୟାକୁ ୨୦୦୮ ବ୍ୟାଚର ୧୨ଜଣ ଆଇଏଏସ ପଦୋନ୍ନତି ପାଇଛନ୍ତି। ସେମାନେ ହେଲେ ଭୂପିନ୍ଦର ସିଂ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ.ମୁଥୁକୁମାର, ବି.ପରମେଶ୍ୱରନ, ଗୁହା ପୁନମ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ବ୍ରମ, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ ଓ ବଟକୃଷ୍ଣ ଦେହୁରୀ। ସେହିପରି ସିନିୟର ଟାଇମ୍ ସ୍କେଲକୁ ୨୦୧୭ ବ୍ୟାଚର ୪ଜଣ ଆଇଏଏସ ପଦୋନ୍ନତି ପାଇଛନ୍ତି। ସେମାନେ ହେଲେ ପି. ଅନ୍ୱେଷ ରେଡ୍ଡୀ, ପାଟିଲ ଆଶୀଷ ଈଶ୍ୱର, ଦିବାକର ଟିଏସ୍ ଓ ହେମକାନ୍ତ ସଏ ଅଛନ୍ତି।

Related posts

ପୁଣି ପୋଲିସ ସହାୟତା ଲୋଡିଲେ ରାଜାଘର ସାନ ବୋହୂ 

mahabharatanews

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆରମ୍ଭ

mahabharatanews

ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews