Uncategorized

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ଦଳିତ ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ସର୍ଦାର ବୁଟା ସିଂହଙ୍କର ୮୬ ବର୍ଷ ବୟସରେ ଶନିବାର ଦିନ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଚିକିତ୍ସିତ ହୋଇଆସୁଥିଲେ ।
୧୯୩୪ ମସିହା ମାର୍ଚ୍ଚ ୨୧ ତାରିଖରେ ପଞ୍ଜାବ ଜଳନ୍ଧର ଜିଲ୍ଲାର ମୁସ୍ତଫାପୁର ଗାଁରେ ବୁଟା ସିଂହ ଜନ୍ମଗ୍ରହଣ କରିଥିଲେ । ସେ ୮ଥର ଲୋକସଭାକୁ ମନୋନୀତ ହୋଇ ରେକର୍ଡ କରିଥିଲେ । ସେ ତାଙ୍କ ଜୀବନ କାଳ ମଧ୍ୟରେ ଦଳିତଙ୍କ ଉନ୍ନତି ପାଇଁ କାର୍ଯ୍ୟ କରି ଦଳିତ ନେତା ଭାବେପରିଚିତ ହୋଇଥିଲେ । ସେ ନେହରୁ ଏବଂ ଗାନ୍ଧୀ ପରିବାରର ଅତି ଘନିଷ୍ଠ ଥିଲେ । ତାଙ୍କ ରାଜନୈତିକ କ୍ୟାରିୟରରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଏବଂ ଖେଳ ମନ୍ତ୍ରୀ ରହିଥିଲେ । ଏହାସହ ସେ ବିହାରର ରାଜ୍ୟପାଳ ଏବଂ ଜାତୀୟ ଅନୁସୂଚୀତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ମହତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନିର୍ବାହ କରିଥିଲେ ।

 

Related posts

ମିଲିଟାରି କ୍ୟାଣ୍ଟିନରେ ବ୍ୟାନ ହେବ  ଆମଦାନୀ ସାମଗ୍ରୀ

mahabharatanews

ଆଫଗାନରେ ଝିଅଙ୍କୁ ପଢାଇପାରିବେ ନାହିଁ ପୁରୁଷ ଶିକ୍ଷକ

mahabharatanews

ବନ୍ଦ ହେବ “କହାଁ ହମ୍ କହାଁ ତୁମ୍’

mahabharatanews