Uncategorized

ଆତଙ୍କବାଦୀ ସଂଗଠନର ୪୬୦ କୋଟି ଟଙ୍କା ଅବରୋଧ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଆତଙ୍କବାଦ କାର୍ୟ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ସଙ୍ଗଠନଗୁଡିକରର ପ୍ରାୟ ୪୬୦ କୋଟି ଟଙ୍କା ଯୋଗାଣକୁ ଅଟକାଇ ଦେଇଛି। ଗୁରୁବାର ଆମେରିକାର ଟ୍ରେଜେରୀ ବିଭାଗ ବାର୍ଷିକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ସେସବୁ ସଂଗଠନ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ସଙ୍ଗଠନ ରହିଛି । ପାକ ପ୍ରୋତ୍ସାହନରେ ଚାଲିଥିବା ଆତଙ୍କବାଦୀ ମୁଖ୍ୟତଃ ଜମ୍ମୁ କାଶ୍ମୀରରେ ସେମାନଙ୍କ ଆତଙ୍କରାଜ ଚଳାଇଛନ୍ତି। ଲସ୍କର ଏ ତୋଇବାର ୩.୪୨ ଲକ୍ଷ ଡ଼ଲାର ଓ ଜୈଶ ସଙ୍ଗଠନର ୪୫.୭୯ ହଜାର ଡ଼ଲାର, ଅଲକାଏଦାର ୪ ନିୟୁତ ଡଲାର, ହିଜବୁଲ ମୁଜାହିଦ୍ଦିନର ଅର୍ଥକୁ ଟ୍ରମ୍ପ ସରକାର ବନ୍ଦ କରି ଦେଇଛି ।
ଆମେରିକାର ଟ୍ରେଜେରୀ ବିଭାଗ ମଧ୍ୟ ତେହେରିକ-ଇ-ତାଲିବାନ ପାକିସ୍ତାନର ପାଣ୍ଠିକୁ ଅବରୋଧ କରିଛି। ରିପୋର୍ଟ ଅନୁଯାୟୀ ଗତବର୍ଷ ଆମେରିକା ପ୍ରାୟ ୭୦ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ପାଣ୍ଠି ଜବତ କରିବାକୁ ପଦକ୍ଷେପ ନେଇଥିଲା। ଏହି ଆତଙ୍କବାଦୀ ସଂଗଠନଗୁଡ଼ିକରେ ଅଲ କାଏଦା ଏବଂ ହକାନି ନେଟୱାର୍କ ମଧ୍ୟ ରହିଛି ।

 

Related posts

‘ଆଦିପୁରୁଷ’ ଦେଖି ଜାଣିଲି କଟପ୍ପା ବାହୁବଲୀଙ୍କୁ କାହିଁକି ମାରିଥିଲେ: କ୍ରିକେଟର ବୀରେନ୍ଦ୍ର ସେହୱାଗ

mahabharatanews

ଦୁଇ ମତ୍ସଜୀବୀଙ୍କୁ ସୋନପୁର ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା

mahabharatanews

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ ନାସା

mahabharatanews