ଓଡିଶା

ଚାଲାଣ ବେଳେ ୧୨ ନାବାଳକଙ୍କ ସମେତ ୮୧ ଦାଦନ ଉଦ୍ଧାର

ନୂଆପଡା: ରାଜ୍ୟ ବାହାରକୁ ଚାଲାଣ ବେଳେ ନୂଆପଡ଼ା ଜିଲ୍ଲା ଖଡିଆଳ ବୁଦ୍ଧି ଡଙ୍ଗର ନିକଟସ୍ଥ ଏକ ଢାବାରୁ ୮୧ଜଣ ଦାଦନ ଶ୍ରମିକ ଉଦ୍ଧାର । ୮୧ ଦାଦନଙ୍କ ମଧ୍ୟରେ ରହିଛନ୍ତି ୧୨ଜଣ ନାବାଳକ । ସମସ୍ତଙ୍କୁ ଉଦ୍ଧାର କରିଛି ନୂଆପଡ଼ା ଖଡିଆଳ ପୋଲିସ । ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନାଙ୍କ ଉପସ୍ଥିତିରେ ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ସ୍ବତନ୍ତ୍ର ବସ ଯୋଗେ ତାଙ୍କ ଘରକୁ ପଠାଯାଇଛି ।
ରବିବାର ବିଳମ୍ବିତ ରାତିରେ କୌଣସି ସୁତ୍ରରୁ ଖବର ପାଇ ଖଡ଼ିଆଳ ପୋଲିସ ବୁଦ୍ଧିଆ ଡଙ୍ଗର ନିକଟସ୍ଥ ଏକ ଢ଼ାବା ଉପରେ ଚଢାଉ କରିଥିଲା । ତେଲେଙ୍ଗାନାକୁ ଚାଲାଣ କରିବା ପାଇଁ ବୋଡେନ ଥାନା କୁଲିଙ୍ଗାମାଲ,ଲର୍କ୍କା,ବରଗାଁ ଅଞ୍ଚଳରୁ ଶ୍ରମିକଙ୍କୁ ଆଣି ଢାବା ପଛପଟେ ଏକ ଟେଣ୍ଡ କରି ରଖାଯାଇଥିଲା । ଘଟଣାସ୍ଥଳରୁ ଦଲାଲ ଫେରାର ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

 

Related posts

ଆଜି ଆଉ ୪୮ ଆକ୍ରାନ୍ତ ଚିହ୍ନଟ

mahabharatanews

ମରଣ ମୁହଁରୁ ବୃଦ୍ଧଙ୍କୁ ବଚାଂଇ ମାନବିକାତାର ପରିଚୟ ଦେଲେ ମହିଳା ସବଇନିସପେକ୍ଟର

mahabharatanews

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ନଷ୍ଟ

mahabharatanews