ଓଡିଶା

ବାର୍ଡ ଫ୍ଲୁ ପରୀକ୍ଷା ପାଇଁ  ରାଜ୍ୟ ପ୍ରାଣୀ ବିଭାଗର ସାମ୍ପୁଲ ସଂଗ୍ରହ

ଭୁବନେଶ୍ୱର: କେରଳ, ମଧ୍ୟ ପ୍ରଦେଶ, ହିମାଚଳ ପରି ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖା ଦେବା ପରେ ରାଜ୍ୟ ସରକାର ଏକ୍ଷେତ୍ରରେ ଆଗୁଆ ସତର୍କ ହୋଇଛନ୍ତି । ଚିଲିକାରୁ ୪ ଶହ ପକ୍ଷୀଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠା ଯାଇଛି । ସେହିପରି ଭୁବନେଶ୍ୱର ଓୟୁଏଟିରୁ କୁକୁଡ଼ାଙ୍କ ସାମ୍ପଲ ସଂଗ୍ରହ କରାଯାଇ କଟକର ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି।
ହିମାଚଳ ପ୍ରେଦଶରେ ବାର୍ଡ ଫ୍ଲୁ ଯୋଗୁଁ କାଙ୍ଗଡାର ପୋଙ୍ଗ ହ୍ରଦରେ ୧୭୦୦ ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏହି ପକ୍ଷୀ ଗୁଡିକରୁ ଏଚ-୫ଏନ-୧ ଭୂତାଣୁ ଚିହ୍ନଟ ହୋଇଛି। ସେହିପରି ହରିୟାଣାରେ ଲକ୍ଷେରୁ ଅଧିକ କୁକୁଡାଙ୍କ ମୃତ୍ୟୁ ମଧ୍ୟପ୍ରଦେଶରେ ଡିସେମ୍ବର ୨୩ରୁ ଜାନୁଆରୀ ୩ ତାରିଖ ମଧ୍ୟରେ ୩୭୬ଟି କାଉଙ୍କ ମୃତ୍ୟୁ, କେରଳର କୋଟ୍ଟାୟମ ଏବଂ ମଲ୍ଲପୁଝା ଜିଲ୍ଲାରେ ପ୍ରାୟ ୧୨ ହଜାର କୁକୁଡା ମୃତ୍ୟୁବରଣ କରିସାରିଲେଣି ।

Related posts

ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ

mahabharatanews

ସୌମଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଓ ଏସଆଇଟି ତଦନ୍ତ ଦାବି

mahabharatanews

ନାବାଳିକାକୁ ଅପହରଣ କରି ବଳି ଦେବା ଉଦ୍ୟମ, ତିନି ଅଭିଯୁକ୍ତ ଗିରଫ

mahabharatanews