Uncategorized

ଭୋପାଳରେ କାଉ ମଡକ ପରେ ବାର୍ଡ ଫ୍ଲୁ ନେଇ ସତର୍କ କଲା ସରକାର

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଗୋଟିଏ ସପ୍ତାହରେ ବହୁ ସଂଖ୍ୟକ କାଉ ମୃତ୍ୟୁବରଣ କରୁଛନ୍ତି । ଏହି କାଉ ମଡକକୁ ନେଇ ରାଜ୍ୟ ସରକାର ମଧ୍ୟପ୍ରଦେଶରେ ବାର୍ଡ ଫ୍ଲୁ ସତର୍କ ସୂଚନା ଜାରି କରିଛନ୍ତି । ପଶୁପାଳନ ମନ୍ତ୍ରୀ ପ୍ରେମ ସିଂହ ପଟେଲ ଏ ନେଇ ରାଜ୍ୟବାସୀ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବାକୁ କୁହାଯାଇଛି । ରୋଗ ନିୟନ୍ତ୍ରଣ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।
ଏହା ପୂର୍ବରୁ କେରଳର ଦୁଇଟି ଜିଲ୍ଲାରେ ବତକ ମଡକରେ ୧୨ ହଜାର ବତକଙ୍କ ମୃତ୍ୟୁ ହୋଇଛି । ବତକଙ୍କ ନମୁନା ପରୀକ୍ଷାରୁ ସେଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ସେହିପରି ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ପୋଙ୍ଗ ଡ୍ୟାମ ଅଂଚଳରେ ୧୭୭୫ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ହୋଇଛି । ବାର୍ଡଫ୍ଲ ଯୋଗୁଁ ଏହି ପକ୍ଷୀମାନଙ୍କର ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି । ଏହି ଘଟଣା ପରେ ରାଜ୍ୟ ପଶୁ ବିଭାଗ ପକ୍ଷରୁ ଡ୍ୟାମର ୧୦ କିଲୋମିଟର ଅଂଚଳରେ ସତର୍କ ସୂଚନା ଦିଆଯାଇଛି । ଏଠାରେ ଅଣ୍ଡା ବିକ୍ରି ଉପରେ ନିଷେଦ୍ଧାଦେଶ ଜାରି ହୋଇଛି ।

 

Related posts

ସିଏଏ ବିରୋଧ ଉଗ୍ର,୨୧ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

mahabharatanews

ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୬ ହଜାର ଜୀବନ, ଆମେରିକାରେ ମୃତକଙ୍କ ସଂଖ୍ୟା ଲକ୍ଷେ ନିକଟତର

mahabharatanews

ଶ୍ରୀଲଙ୍କାରେ ପହଞ୍ଚିଲା ଆଇଏନଏସ ଜଳାଶ୍ୱ

mahabharatanews