ଅପରାଧ

ଦେଢ କେଜିର ବ୍ରାଉନସୁଗାର ଜବତ, କୁଖ୍ୟାତ ବ୍ରାଉନସୁଗାର ବେପାରୀ  ଗିରଫ

ଭୁବନେଶ୍ୱର/ଆଦର୍ଶ ରାଉତ: କୁଖ୍ୟାତ ବ୍ରାଉନସୁଗାର ବେପାରୀ ସେଖ୍ ଅନୱର ଓରଫ ପିଣ୍ଟୁକୁ ଏସଟିଏଫ କାବୁ କରି ନେବା ସହ ତା ନିକଟରୁ ୧ କେଜି ୩୧୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୩୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଖୋର୍ଦ୍ଧା ବାଇପାସରୁ ବ୍ରାଉନସୁଗାର ସହ ପୁଣ୍ଟିକୁ ଗିରଫକରିଛି ଏସଟିଏଫ । ଏନେଇ କ୍ରାଇମବ୍ରାଞ୍ଜ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।
ଆଜି ଖୋର୍ଦ୍ଧା ବାଇପାସ ନିକଟରେ ଏସଟିଏଫ ଟିମ ଯାଞ୍ଚ କରୁଥିବା ବେଳେ ବେପାରୀ ସେଖ୍ ଅନୱରକୁ ଗିରଫ କରିଛି । ଏତେ ପରିମାଣର ବ୍ରାଉନ୍‌ସୁଗାର କେଉଁଠୁ ଆଣିଥିଲା ଓ କାହାକୁ ତଥା କେଉଁଠାକୁ ପଠାଉଥିଲା ଏହାକୁ ନେଇ ଯାଞ୍ଚ ଚାଲିଥିବା ବେଳେ ଏସଟିଏଫ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାକୁ ନେଇ ମଧ୍ୟ ପଚରାଉଚରା ଚଳାଇଛି ।

 

Related posts

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

mahabharatanews

୧୨ ବର୍ଷୀୟା ନାବାଳିକା ଗଣଦୁର୍ଷ୍ମର ଶିକାର

mahabharatanews

ନକଲି ମେଡିସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପ୍ରତିକ୍ରିୟା

mahabharatanews