Uncategorized

ଏଲଓସିରେ ପାକ ନିର୍ମିତ ସୁଡଙ୍ଗ ଠାବ କରିଛି ବିଏସଏଫ

ଶ୍ରୀନଗର: ଭାରତ ପାକିସ୍ତାନ ସୀମାରେ ବିରାଟ ସୁଡଙ୍ଗ । ଏହି ସୁଡଙ୍ଗକୁ ଆଜି ବିଏସଏଫ ଠାବ କରିଛି । ସୁଡଙ୍ଗ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯେଉଁ ମାଧ୍ୟମରେ ଭାରତକୁ ଆତଙ୍କବାଦୀ ପଠାଇ ପାକିସ୍ତାନ ଭାରତରେ ହିଂସା ସୃଷ୍ଟି କରି ପାରିବ । ସୁଡଙ୍ଗ ଭାରତରୁ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି । ଜମ୍ମୁ ଡିଭିଜନର ସାମ୍ବା ସେକ୍ଟର ସ୍ଥିତ ଏଲଓସିରେ ପାଟ୍ରୋଲିଂ ବେଳେ ବିଏସଏଫ ଯବାନମାନେ ସୁଡ଼ଙ୍ଗକୁ ଠାବ କରିଛନ୍ତି।
ସାମ୍ବା ସେକ୍ଟର ବୋବିୟାନ ଗାଁରେ ବିଏସଏଫ ଏହି ସୁଡଙ୍ଗ ଠାବ କରିଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। ସେହିପରି ସୁଡ଼ଙ୍ଗ ଠାବ ହୋଇଥିବା ସ୍ଥାନରେ ବରିଷ୍ଠ ଅଧିକାରୀ ଓ ପୁଲିସ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅଞ୍ଚଳରେ ଆଉ କିଛି ସୁଡ଼ଙ୍ଗ ଥିବା ଆଶଙ୍କାରେ ସର୍ଚ୍ଚ ଅପରେସନକୁ ଜୋରଦାର ମଧ୍ୟ କରାଯାଇଛି।

Related posts

ଦେଶରେ ସୁସ୍ଥଙ୍କ ପ୍ରତିଶତ ୫୫.୭୭

mahabharatanews

ବ୍ୟାଙ୍କିଂ ନିୟନ୍ତ୍ରଣ ସଂଶୋଧନ ଅଧ୍ୟାଦେଶ ୨୦୨୦ ଜାରି

mahabharatanews

ନାଇଜରର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ

mahabharatanews