ଅପରାଧ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨ ମୃତ, ୩ ଗୁରୁତର

ବଲାଙ୍ଗୀର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛି। ଶନିବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଧୀନରେ ଏପରି ଅଭାବନୀୟ ଘଟଣା ଘଟିଛି । ଦେଓଗାଁ ଥାନା ଅଧୀନ ଜରାସିଙ୍ଗା ଗାଁର ବାହାରପଡ଼ାର ଧନମତ ନାଏକଙ୍କ ଟାଙ୍ଗିଆ ଚୋଟରେ ଶ୍ରୀପତି ବିଶ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ଧନମତର ମୃତଦେହ ମଧ୍ୟ ମିଳିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେଓଗାଁ ଥାନା ଅଧୀନ ଜରାସିଙ୍ଗା ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଶନିବାର ସଂଧ୍ୟାରେ ଗୋଟିଏ ଗୋଷ୍ଠୀର ଧନମତ ନାୟକ ଏକ ଟାଙ୍ଗିଆରେ ହରିଜନପଡ଼ାର ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ସେମାନଙ୍କ ଚିକ୍ରାର ଶୁଣି ଲୋକ ରୁଣ୍ଡ ହୋଇଯିବାରୁ ଆକ୍ରମଣକାରୀ ସେଠାରୁ ପଳାଇଯାଇଥିଲା । ଲୋକେ ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଉଥିବା ବେଳେ ଶ୍ରୀପତି ବେଶ୍ରାଙ୍କ ବାଟରେ ମୃତ୍ୟୁ ଘଟିଥିଲା । ଅନ୍ୟ ୩ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପଟେ ହରିଜନପଡ଼ାର ଲୋକମାନେ ବାହାରପଡ଼ାର ଧନମତଙ୍କ ଘରେ ପଶି ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ତେବେ ତାଙ୍କ ପରିବାର ଲୋକଙ୍କ ପତ୍ତା ମିଳୁନି। ପୁଲିସ ଧନମତଙ୍କ ମୃତଦେହ ତାଙ୍କ ଘରୁ ଜବତ କରିଛି।

 

Related posts

କଖାରୁ ବୋଝେଇ କ୍ୟାଣ୍ଟରରୁ ଗଞ୍ଜେଇ ଜବତ

mahabharatanews

ଦେଶୀ ମଦ ଜବତ, ୬ ଗିରଫ

mahabharatanews

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ

mahabharatanews